Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା କଲେଜରେ ମଦ ମୁକ୍ତି ଯୁବ ବାହିନୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଖଣ୍ଡହତା ରବୀନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶନିବାର ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅଧକ୍ଷ ଶ୍ରୀଯୁକ୍ତ ଜଗବନ୍ଧୁ ବେରିହା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ନିଶା ଠାରୁ ଛାତ୍ର ଛାତ୍ରୀ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ I ଅନ୍ୟତମ ଅତିଥି ଅଧ୍ୟାପକ ଶରତ ଭୋଇ ଛାତ୍ର ଜୀବନରେ ଶୃଙ୍ଖଳା ରହିଲେ ଭବିଷ୍ୟତ ଉଜ୍ୱଳ ହେବ ବୋଲି ଉଦବୋଧନ ଦେଇଥିଲେ l ଅଧ୍ୟାପକ ସଞ୍ଜୟ ସାହୁ ନିଶା କେବେ କାହାରି ମଙ୍ଗଳ କରିନାହିଁ ବରଂ ମଣିଷ କୁ ମୃତ୍ୟୁ ମୁଖ କୁ ଟାଣି ନିଏ ବୋଲି କହିଥିଲେ l ସ୍ଥାନୀୟ ସ୍ବେଛାସେବୀ ସଂଗଠନ ର କାର୍ଯ୍ୟକାରୀ ସଭାପତି ସୁଶାନ୍ତ ଭୋଇ ମଦ ଜନିତ ମୃତ୍ୟୁ ଓ ବିଭିନ୍ନ ରୋଗ କାରଣ ବୋଲି ଉପସ୍ଥାପନା କରିଥିଲେ l ବରିଷ୍ଠ ସଦସ୍ୟ ପ୍ରମୋଦ ପଣ୍ଡା ନିଶା ନିବାରଣ ଉପରେ ବକ୍ତବ୍ୟ ରଖିଥିଲେ I ଶେଷରେ ମଦ ମୁକ୍ତି ଯୁବବାହିନୀ ର ଜିଲ୍ଲା ସଂଯୋଯକ ସୁଦାମ ଗାଈଗରିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ଜୀବନି ଉପରେ ଆଲୋଚନା କରିବା ସହ ଓଡ଼ିଶା ରେ ସମ୍ପୂର୍ଣ ନିଶା ନିବାରଣ ଆଇନ ଲାଗୁ କରିବା ବିଷୟରେ ଉପସ୍ଥାପନା କରିଥିଲେ l ଶେଷରେ ଶ୍ରୀ ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ୨୦୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ