କିଏ ଜିତିଲେ ମିସ୍ ୟୁନିଭର୍ସ ୨୦୨୫; ଭାରତର ସ୍ଥାନ କେଉଁଠି…
ନୂଆଦିଲ୍ଲୀ: ୭୪ତମ ମିସ୍ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାର ବିଜେତାଙ୍କୁ ମୁକୁଟ ପିନ୍ଧାଯାଇଛି। ୧୩୦ଟି ଦେଶର ସୁନ୍ଦରୀଙ୍କୁ ପରାସ୍ତ କରି ମିସ୍ ମେକ୍ସିକୋ ଫାତିମା ବୋସ ୨୦୨୫ର ବିଜେତା ହୋଇଥିଲେ। ରାଜସ୍ଥାନର ମନିକା ବିଶ୍ୱକର୍ମାଙ୍କ ଟାଇଟଲ ପାଇଁ ଭାରତୀୟମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ। ମନିକା ଶୀର୍ଷ ୧୨ରେ ମଧ୍ୟ ପହଞ୍ଚିପାରିଲେ ନାହିଁ ଯାହା ଫଳରେ ଚତୁର୍ଥ ଥର ପାଇଁ ମିସ୍ ୟୁନିଭର୍ସ ଟାଇଟଲ ଜିତିବାର ଭାରତର ସ୍ୱପ୍ନ ଭାଙ୍ଗିଗଲା।
ଫାତିମା ବୋସ ମେ ୧୯, ୨୦୦୦ ମସିହାରେ ଟବାସ୍କୋରେ ଜନ୍ମ ଗ୍ରହଣ କରିଥିଲେ। ଆଉ ସେ ୨୦୨୫ର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହୋଇଛନ୍ତି।
ପ୍ରଥମ ରନର୍ସ-ଅପ୍ ଥିଲେ ଆୟୋଜକ ଦେଶ ଥାଇଲ୍ୟାଣ୍ଡର ପ୍ରବୀଣା ସିଂହ। ଦ୍ୱିତୀୟ ରନର୍ସ-ଅପ୍ ଥିଲେ ଭେନେଜୁଏଲାର ଷ୍ଟେଫାନି ଆବେସାଲି ଏବଂ ତୃତୀୟ ରନର୍ସ-ଅପ୍ ଥିଲେ ଫିଲିପାଇନ୍ସର ମା. ଏହତିସା ମାନାଲୋ। ଏହି ବର୍ଷ ୭୪ତମ ମିସ୍ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତା ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱର ୧୩୦ ଜଣ ପ୍ରତିଯୋଗୀ ମିସ୍ ୟୁନିଭର୍ସ ମୁକୁଟ ପାଇଁ ପ୍ରତିଯୋଗିତା କରିଥିଲେ।
ମିସ୍ ୟୁନିଭର୍ସ ସଂଗଠନ ଚଳିତ ବର୍ଷର ବିଜେତାଙ୍କ ପାଇଁ ପୁରସ୍କାର ରାଶି ଆନୁଷ୍ଠାନିକ ଭାବରେ ପ୍ରକାଶ କରିନାହିଁ। ତଥାପି, ରିପୋର୍ଟ ଅନୁସାରେ, ଏହା ପ୍ରାୟ $୨୫୦,୦୦୦ ହେବ ବୋଲି ଆଶା କରାଯାଉଛି। ବିଜେତାଙ୍କୁ ଯାତ୍ରା, ଇଭେଣ୍ଟରେ ଉପସ୍ଥିତି ଏବଂ ଅନ୍ୟାନ୍ୟ ବ୍ରାଣ୍ଡ-ସମ୍ବନ୍ଧୀୟ ପ୍ରତିବଦ୍ଧତା ପାଇଁ ମାସିକ $50,000 ଭତ୍ତା ମଧ୍ୟ ମିଳିପାରେ। ଏହି ସୁବିଧାଗୁଡ଼ିକ ପୁରସ୍କାର ରାଶି ପର୍ଯ୍ୟନ୍ତ ସୀମିତ ନୁହେଁ। ବିଜେତାଙ୍କୁ ନ୍ୟୁୟର୍କ ସହରରେ ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ମିଳିଥାଏ, ଯାହା ବିଶ୍ୱର ସବୁଠାରୁ ମହଙ୍ଗା ସ୍ଥାନ ମଧ୍ୟରୁ ଗୋଟିଏ। ଏହା ସହିତ ବିଜେତା ମିସ୍ ୟୁନିଭର୍ସ ମୁକୁଟ ମଧ୍ୟ ପିନ୍ଧିଥାନ୍ତି, ଯାହାର ମୂଲ୍ୟ ପ୍ରାୟ $5 ନିୟୁତ।

