Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ବର: ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆନ୍ଧ୍ରପ୍ରଦେଶଠାରୁ ମିଆଁମାର ମଧ୍ୟରେ ଏହା ସ୍ଥଳଭାଗ ସ୍ପର୍ଶ କରିବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମାଲାକ୍କା ପ୍ରଣାଳୀ ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନସାଗର ଉପରେ ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ ଆଜି ସେହି ଅଞ୍ଚଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଅବପାତରେ ପରିଣତ ହୋଇପାରେ।

୨୫ ତାରିଖ ସନ୍ଧ୍ୟାଠାରୁ ସମୁଦ୍ର ଭିତରେ ବାତ୍ୟାର ପ୍ରକୋପ ବଢ଼ିବ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ୫୦ରୁ ୭୦ କିମି ରହିବ। ୨୬ ତାରିଖ ସକାଳୁ ପବନର ଘଣ୍ଟା ପ୍ରତି ବେଗ ୬୦ରୁ ୭୦ କିମି ଏବଂ ସ୍ଥଳବିଶେଷରେ ସର୍ବାଧିକ ୮୦ କିମି ରହିପାରେ।୨୭ ତାରିଖ ସକାଳେ ପବନର ବେଗ ଆହୁରି ବୃଦ୍ଧି ପାଇବା ସହ ଘଣ୍ଟାପ୍ରତି ୧୦୦ କିମିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ