କେନ୍ଦ୍ରାପଡାରେ ଚାଞ୍ଚଲ୍ୟକର ଘଟଣା; ଦାଦା ବଟି ପାଇଁ ଗୁଳି ମାରିଲା ନିଶାସକ୍ତ ଯୁବକ
କେନ୍ଦ୍ରାପଡା;୨୪|୧୧: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟକର ଘଟଣା। ଦାନା ନେ…କହି ଗୁଳି ମାରିଲା ନିଶାସକ୍ତ ଯୁବକ। ଏହିପରି ଅଭାବନୀୟ ଘଟଣା କେନ୍ଦ୍ରାପଡାରେ ଘଟିଛି| ବଟି ନଦେବାରୁ ଶିକ୍ଷକଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଗତକାଲି ରାତିରେ ପ୍ରାୟ ୮ଟା ବେଳେ କେନ୍ଦ୍ରାପଡ଼ା ଗରାପୁର ଦି ପ୍ୟାଲେସ୍ ହୋଟେଲ୍ ପଛପାଖେ ଗୁଳିକାଣ୍ଡ ଘଟିଥିଲା। ସୂଚନା ଅନୁସାରେ, ସ୍ଥାନୀୟ ଶିବୁ ନାମକ ଯୁବକ ଦାଦାବଟି ପାଇଁ ଏହି ଘଟଣା ପୂର୍ବରୁ ଅସୀମ ରାଉତରାୟଙ୍କୁ ଗାଳିଗୁଲଜ କରୁଥିଲା। ଗତକାଲି ମଧ୍ୟ ସମାନ ଆଚରଣ ଦେଖାଇଥିଲା। ଏହାକୁ ବିରୋଧ କରିବାରୁ ବନ୍ଧୁକ ଦେଖାଇ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଡ଼ରାଇବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ ଶିବୁ। ଏହାପରେ ଦାନା ନେ କହି ଚଳାଇଥିଲା ଗୁଳି।
ଏପରିକି ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରୁଥିବା ସମୟରେ ପ୍ରଥମେ ଅସୀମଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚାଲିଛି। ତେବେ ଏସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି ବୋଲି ସୂଚନା ମିଳିଛି |

