Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ବ୍ରାହ୍ମଣଦେବୀ ଯାତ୍ରା ମହୋତ୍ସବ; ହସାଇ ହସାଇ ବେଦମ କଲେ ସଙ୍କରା-ବକରା, ଓ ପ୍ରଜ୍ଞା

ବେଲଗୁଣ୍ଠା : ବେଲଗୁଣ୍ଠାରେ ଚାଲିଥିବା ପ୍ରସିଦ୍ଧ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ସାଂସ୍କୃତିକ ସଂଧ୍ୟାର ତୃତୀୟ ଦିବସରେ ଶିତଲ କବି, ଶଙ୍କରା – ବକରା ଯୋଡି ସହ ପ୍ରଜ୍ଞା ମୁଖ୍ୟ ଆକର୍ଷଣ ପାଲଟିଥିଲେ ।ଆଜିର ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ଯୋଗ ଦେଇଥିବା ବେଳେ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ମହୋତ୍ସବ କାର୍ଯ୍ୟକାରୀ ସଭାପତି ତଥା ‌ନଗରପାଳ ଫିରୋଜ କୁମାର ସେଠୀ, ଉପସଭାପତି ତଥା ଉପ-ନଗରପାଳ ଟି.ବବିତା କୁମାରୀ, ଉପସଭାପତି ତଥା ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, କାର୍ଯ୍ୟକାରୀ ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି, କାଉନସିଲର ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ, ଦିଲ୍ଲୀପ କୁମାର ଆଚାରୀ, ପ୍ରିୟମ୍ବଦା ସାମଲ, ପ୍ରଦୀପ କୁମାର ସେଠୀ, ବିଶ୍ୱନାଥ ଦଳେଇ,ଲିଜା ବେହେରା, ପ୍ରତିମା ସ୍ୱାଇଁ, ପ୍ରଗତି ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଗୀତର ବାହାର୍ ମେଲୋଡି ଗୃପ୍ ନିଜର ସଙ୍ଗୀତ ପରିବେଷଣ କରିଥିବା ବେଳେ ପ୍ରମୁଖ ଆକର୍ଷଣ ଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶୀତଲ୍ କବି,ଆର୍.ଜେ ମଳୟ, ସଙ୍ଗୀତ କାର ବୈଦ୍ୟନାଥ ଓ ହାସ୍ୟ ଅଭିନେତା ଶଙ୍କରା – ବକରା ଓ ପ୍ରଜ୍ଞା । ଶୀତଲ ନିଜର କଣ୍ଠ ସ୍ୱରରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିବା ବେଳେ ଶଙ୍କରl -ବକରା ଓ ପ୍ରଜ୍ଞା ଯୋଡି ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ହସି ହସି ବେଦମ୍ କରାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଜମିଥିବା ବେଳେ ଆସନ୍ତା ୨୫ ତାରିଖରେ ଅସୀମା ପଣ୍ଡା ଲାଇଭ୍ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଆଗକୁ ମାଁ ଙ୍କ ନଗର ପରିକ୍ରମା ଆହୁରି ମହାଆଡମ୍ବରରେ ହେବା ସହିତ ନୂତନ ଧରଣର ଆତସବାଜି, ପଣ୍ଡା ସାହି ର ବହୁ ପ୍ରତିକ୍ଷିତ ଗଣ୍ଡି ଓ ଠାକେରା ବାଣ,କଳାହାଣ୍ଡି କଟାପା, ଖୋର୍ଦ୍ଧା ପାଇକ ନୃତ୍ୟ ସହିତ ବିଭିନ୍ନ ଲୋକ କଳା, ସଂସ୍କୃତି ଯୁକ୍ତ କାର୍ଯ୍ୟକ୍ରମ ରହିଛି ବୋଲି କମିଟି ତରଫରୁ ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ