ଦାଦରପାଲି ସଞ୍ଜୟ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; କୋଟସମଲାଇ କୁ ହରାଇ ବହଲପଦର ଚାମ୍ପିଆନ୍ ଘୋଷିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି ଗ୍ରାମର ଖେଳ ପଡ଼ିଆରେ ୭ମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି । ଉଦଯାପିତ ମ୍ୟାଚ ରେ ବହଲପଦର ଓ କୋଟ ସମଳାଇ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଦୁଇଟି ଫର୍ମାଟ୍ରେ ଖେଳାଯାଇଥିଲା । ୧୦ ଓଭର ବିଶିଷ୍ଟ ପ୍ରଥମ ଫର୍ମାଟ୍ରେ ବହଲପଦର ଦଳ ପ୍ରଥମେ ବ୍ୟାଟିଂକରି ୬ ୱିକେଟ୍ ହରାଇ ୧୧୪ ରନ୍ କରିଥିଲା । ଜବାବରେ କୋଟସମଳାଇ ଦଳ ନିର୍ଦ୍ଧାରିତ ୯ ଓଭରରେ ୭ ୱିକେଟ୍ ହରାଇ ୮୯ ରନ୍ କରି ପରାସ୍ତ ହୋଇଥିଲା | ଦ୍ବିତୀୟ ଫର୍ମାଟ୍ରେ ପୁଣି ବହଲପଦର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୫ ୱିକେଟ୍ ହରାଇ ୮୭ ରନ୍ କରିଥିଲା। ଜବାବରେ କୋଟସମଳାଇ ଦଳ ନିର୍ଦ୍ଧାରିତ ୬ ଓଭରରେ ୫ ୱିକେଟ୍ ହରାଇ ୬୩ରନ୍ କରି ପରାସ୍ତ ହୋଇଥିଲା । ଦୁଇ ଫର୍ମାଟ୍ରେ ବିଜୟୀ ହୋଇ ବହଲପଦର ଦଳ ଚାମ୍ପିଅନ୍ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ସ୍ବର୍ଗତ ସଂଜୟ ପଧାନ ଙ୍କ ବଡଭାଇ ବିଜୟ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜେତା ଦଳ ବହଲପଦର କୁ ୫୦୦୦ ଟଙ୍କା ଓ ଉପବିଜେତା ଦଳ କୋଟସମଳାଇ ଦଳ କୁ ୩୦୦୦ ଟଙ୍କା ପୁରସ୍କୃତ କରିଥିଲେ l ମ୍ୟାଚ ଗୁଡିକ ରାଜେନ୍ଦ୍ର ମହାକୁର ଓ ସୁନୀଲ ସେଠି ଅମ୍ପାୟର , ସ୍କୋରର ଦାୟିତ୍ଵ ରେ ଥିଲେ ଆଦିତ୍ୟ ନାଏକ l ଚନ୍ଦନ ନାଏକ ଧାରା ବିବରଣୀ ପ୍ରଦାନ କରିଥିଲେ। ଚକ୍ରଧର ମହାକୁର , ବିରେନ ନାଏକ , ରାହୁଲ ମହାକୁର , ଆକାଶ ପଧାନ , ଭରତ ମେଣ୍ଡିଲି , ଆରତ ମେଣ୍ଡିଲି , ବିଜୟ ପଳିଆ , ଡୁଲେଶ୍ଵର ପଧାନ , ଅଜିତ ଗରିଆ , ଗିରିଶ ବେହେରା , ବିହାରୀ ମହାକୁର , ଚନ୍ଦନ ନାଏକ ପ୍ରମୁଖ ସହଯୋଗ କରିଥିଲେ l

