Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେକାରୀ ସମସ୍ୟାରେ ବି.ଟେକ୍‌ ଛାତ୍ର; ଚାକିରୀ ନ ପାଇ ବିକୁଛନ୍ତି ପରିବା

ମାଲକାନଗିରି;୨୫|୧୧: ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ନିଜର ଜୀବିକା ନିର୍ବାହ ପାଇଁ ଲୋକେ ବହୁତ କିଛି କରୁଛନ୍ତି | ଏହି ଭଳି କିଛି ଲୋକେ ରାସ୍ତାରେ ବସି ପରିବା ମଧ୍ୟ ବିକ୍ରି କରୁଛନ୍ତି | ରାସ୍ତାରେ ବିକ୍ରି ହେଉଛି ନାନା ପ୍ରକାରର ଭଳିକି ଭଳି ପରିବାର । ହେଲେ ଆପଣ ଜାଣିଛନ୍ତି ପରିବା ବିକୁଥିବା ବ୍ୟକ୍ତି ଜଣକ ଜଣେ ଯୁବ ଇଞ୍ଜିନିୟର । ଭଲ ରୋଜଗାର କରିବେ ଆଉ ବଡ଼ ଚାକିରିକୁ ଆଶା କରି ଇଞ୍ଜିନିୟରିଂ ପାଠ ପଢ଼ିଲେ, ସେ ପୁଣି ବି.ଟେକ୍‌ ପାଠ । ହେଲେ ମିଳିଲାନି ମନପସନ୍ଦର ଚାକିରି । ତେଣୁ ବାଛିନେଲେ ପରିବା ବେପାର ।

ଚାକିରି ନ ପାଇ ଉଚ୍ଚ ଶିକ୍ଷିତ ଛାତ୍ର ବିକ୍ରମ ଦେବ ହାଲଦାର ଏବେ ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ପରିବା । ମାଲକାନଗିରି ସହରର ଛାତି ଉପରେ ଜଣେ ଉଚ୍ଚ ଶିକ୍ଷିତ ଛାତ୍ରଙ୍କ ଏପରି ପରିବା ବ୍ୟବସାୟକୁ ନେଇ ଏବେ ସହରରେ ଚର୍ଚ୍ଚା। ବାଲିମେଳା ଛକ କଡ଼ରେ ପରିବା ବିକୁଥିବା ବିକ୍ରମ ୭ ବର୍ଷ ପୂର୍ବେ ବିଟେକ୍ ମେକାନିକାଲ ଡିଗ୍ରି ହାସଲ କରିଛନ୍ତି। ଇଞ୍ଜିନିୟରିଂ ପାଠ ସାରିବା ପରେ ଚାକିରି ପାଇଁ ନାନା ସଂଘର୍ଷ କରି ବିଫଳ ହୋଇଥିଲେ। ତେବେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏମିତି ପରିବା ବିକିବା ଲାଗି ନିଷ୍ପତ୍ତି ନେବା ନେଇ ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କ ମନୋବଳ ବଢ଼ାଇଛନ୍ତି।

ବଡ଼କଥା ହେଉଛି ପୂର୍ବରୁ ମାଲକାନଗିରିରେ ବି.ଟେକ୍ ଛାତ୍ର ବିରିଆନି ବିକ୍ରି କରିଥିଲେ । ଏପରିକି ବିଭିନ୍ନ ସ୍ଥାନରେ ବି.ଟେକ୍ ପଢ଼ୁଆ ପିଲା ଚା’ ବି ବିକ୍ରି କରୁଥିବାର ଚିତ୍ର ଆସିଛି । ଆଉ ଏସବୁ ପଛରେ ବେକାରି ଏକ ବଡ଼ କାରଣ ବୋଲି କୁହାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ