ଡକାୟତି ଯୋଜନାରେ ଧରାପଡ଼ିଲେ ୩ ଯୁବକ; ମାଡି ବସିଲା ପୋଲିସ
ଅନୁଗୁଳ;୨୫|୧୧: ରାଜ୍ୟରେ ଅପରାଧର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି | ପ୍ରତିଦିନ କିଛିନା କିଛି ଅପରାଧ ଡକାୟତି ଭଳି ଖବର ଶୁଣିବାକୁ ମିଳୁଛି | ତେବେ ଆଜି ମଧ୍ୟ ସେହି ଭଳି କିଛି ଶୁଣିବାକୁ ମିଳିଛି | ଏହି ଘଟଣାଟି ଅନୁଗୁଳୁ ଜିଲ୍ଲାରେ ଘଟିଛି |
ଖୋର୍ଦ୍ଧାରୁ ଆସି ଅନୁଗୁଳରେ ଚଳାଇଥିଲେ ଡକାୟତି ଯୋଜନା। ସୂଚନା ମିଳିବା ମାତ୍ରେ ମାଡ଼ି ବସିଲା ଅନୁଗୁଳ ଥାନା ପୁଲିସ। ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ପଡ଼ିଆ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ରେଡ୍ କରିଥିଲା ପୁଲିସ ଟିମ। ଏହି ଡକାୟତି ମାମଲାରେ ୩ ଜଣକୁ କାବୁ କରିଛି ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ପ୍ରାୟ ୩୦ ଗ୍ରାମ ଡ୍ରଗସ ଜବତ ହୋଇଛି।

