Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାଗଜୁରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବlଳ ବୈଜ୍ଞାନିକ ପ୍ରଦର୍ଶନୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାଗଜୁରୀ ଠାରେ ବ୍ଲକ ବାଳବୈଜ୍ଞାନିକ ପ୍ରଦର୍ଶନି ଅନୁଷ୍ଠିତ ହୋଇଯାଇଛି I ଆୟୋଜିତ ଉଦଘାଟନୀ ସମାରୋହରେ ଗୋଷ୍ଠି ଶିକ୍ଷାଧିକାରୀ ଅଜୟ କୁମାର ଲୁହା ସଭାପତିତ୍ୱ କରିଥିଲେ l ଜିଲ୍ଲା ବିଜ୍ଞାନ ନିରିକ୍ଷକ ପର୍ଶୁରାମ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କର ଉତ୍ସାହିତ କରିବା ସହ ବିଜ୍ଞାନର ଜୟଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବାର୍ଣା ଡୁଙ୍ଗ ଡୁଙ୍ଗ , ଆୟୋଜକ ସମ୍ପାଦକ ପ୍ରଧାନ ଶିକ୍ଷକ ସୁଧାଂଶୁ ମଲ୍ଲିକ, ଦୁର୍ଜନ ତୈଲା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଷ୍ନୁପ୍ରିୟା କୁମ୍ଭାର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଖଗେଶ୍ୱର ମୁଣ୍ଡା, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଦଶରଥୀ କମ୍ପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ I ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ ପ୍ରାୟ ୧୫୫ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା l ଉଦଯାପନୀ ଉତ୍ସବରେ ଗୋଷ୍ଠିଧିକାରୀ ଅଜୟ ଲୁହା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବଲାଙ୍ଗୀର ସାଂସଦ ପ୍ରତିନିଧି ଶ୍ରୀମତୀ ନଳନୀ ପଣ୍ଡା ମୁଖ୍ୟ ଅତିଥି ଓ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ I ଅବସର ପ୍ରାପ୍ତ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ପୁରୋହିତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନେ ବିଜ୍ଞାନ ମନସ୍କ ହେବା ସହ ବିଜ୍ଞାନ ଆଧୁନିକ ସମାଜର ମୌଷଧି ବୋଲି ବକ୍ତବ୍ୟ ରଖିଥିଲେ I ଆୟୋଜିତ ବିଜ୍ଞାନ ମେଳା ର ସଭାପତି ନୋଡାଲ ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ, ବ୍ଲକ ବିଜ୍ଞାନ ସମ୍ପାଦକ ସଚ୍ଚିଦାନନ୍ଦ ବେରିହ ା, ସମ୍ପାଦକ ସୁଧାଂଶୁ ମଲ୍ଲିକ, ସି ଆର ସି ସି. ଅଶୋକ ଲୁହା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥଲେ l ବିଚାରକ ଭାବରେ ବିଜ୍ଞାନ ଶିକ୍ଷକ ସୁଧୀର ହୋତା , ରୋହିତ ଦଣ୍ଡସେନା, ଚକାନୟନ ମେହେର , ସୁଜିତ କୁମାର ମିଶ୍ର ଯୋଗଦେଇ ଶ୍ରେଷ୍ଠ ପ୍ରକଳ୍ପ ଭାବରେ ୧୩ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତରକୁ ମନୋନୀତ କରିଥିଲେ I ସଂସ୍କୃତି ଖମାରି ସୁବଳୟା ଉଚ୍ଚ ବିଦ୍ୟାଳୟ, ସସ୍ମିତା ଭୋଇ, ବାଗବର ପ୍ରାଥମିକ ବିଦ୍ୟାଳୟ , ସ୍ମୃତିରେଖା ପଧାନ ଆଦର୍ଶ ବିଦ୍ୟାଳୟ , ରଥପୁର, କ୍ଷୀରସିନ୍ଧୁ ମହାକୁର କେଶଲଗା ଉଚ୍ଚ ପ୍ରାଥମିକବିଦ୍ୟାଳୟ , ସିନା ସାହୁ ବହଲପଦାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅର୍ଚିତା ସାମଲ , କର୍ଡ଼lର୍ପାଳ ପ୍ରାଥମିକ ବିଦ୍ୟାଳୟ, ମୁସ୍କାନ ସେଠ୍ , ବାଳିକା ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁର, ଦୀନେଶ ମେହେର , ଡୁଳେଶ୍ୱର ଉଚ୍ଚ ବିଦ୍ୟାଳୟ, ସୁଦେଷ୍ଣା ଛନ୍ଦ , ଅଚଣ୍ଡା ଉଚ୍ଚ ବିଦ୍ୟାଳୟ, ନନ୍ଦିତା ବାରିକ , ସାଗଜୁରୀ ଉଚ୍ଚ ବିଦ୍ୟାଳୟ,ଅସ୍ମିତା ଭୋଇ , ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜୁବଲୀ ପଧାନ , ବୁଠିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଗ୍ରେସନ ମହାକୁର , ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଚ୍ୟୁତାନନ୍ଦ କୁରକୁରିଆ ପରିଚାଳନା କରିଥିବାବେଳେ ବ୍ଲକ ବିଜ୍ଞାନ ସମ୍ପାଦକ ସଚ୍ଚିଦାନନ୍ଦ ବେରିହା, ସଂଯୋଜକ ଗୌରୀଶଙ୍କର ପୁଜାହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବ୍ଲକ ର ସମସ୍ତ ପ୍ରଧାନ ଶିକ୍ଷକ, ଗଣିତ ଓ ବିଜ୍ଞାନ ଶିକ୍ଷକ, ସି ଆର ସି,ସି,ସାଗଜୁରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, କର୍ମଚାରୀ ଭିଭିନ୍ନ ଦାୟିତ୍ୱ ତୁଲାଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ. ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ, କେଶବ ମେହେର ସଭା ସଂଯୋଜନା କରିଥିଲେ l ଶେଷରେ ଅଶୋକ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ