Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ପରେ ଏବେ ଦେଶର ଷଷ୍ଠ ପ୍ରଦୂଷିତ ସହର ଅନୁଗୁଳ

ଭୁବନେଶ୍ୱର, ୨୬|୧୧: ଆଜିକାଲି ବାୟୁ ପ୍ରଦୂଷଣ ଦେଶର ଏକ ମୁଖ୍ୟ ସମସ୍ୟା | ଦିନକୁ ଦିନ ଏହି ସମସ୍ୟା କାରଣରୁ ଲୋକ ନାନା ରୋଗର ସମ୍ମୁଖୀନ ମଧ୍ୟ ହେଉଛନ୍ତି | ତେବେ ବାୟୁ ପ୍ରଦୂଷଣକୁ ନେଇ କିଛି ନା କିଛି ଖବର ମାନ ଗଣମାଧ୍ୟମରେ ପ୍ରକାଶ ପାଉଛି | ଶୀତଦିନେ ସବୁଠାରୁ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ ହୋଇଥାଏ |

ତେବେ ଭାରତର ରାଜଧାନୀ ନୂଆଦିଲ୍ଲୀ ହେଉଛି ଦେଶର ସବୁଠାରୁ ବାୟୁ ପ୍ରଦୂଷିତ ହୋଇଥିବା ସହର | ଏହି ସମସ୍ୟାକୁ ନଜରରେ ରଖି ସରକାର ନୂଆ ନୂଆ ପଦକ୍ଷେପ ନେବାରେ ଲାଗିଛନ୍ତି |ଗତ କିଛିଦିନରେ ପ୍ରଦୂଷଣ ଅସହ୍ୟ ହେବାରୁ ଦେଶର ରାଜଧାନୀ ଦିଲ୍ଲୀରେ ୱାର୍କ ଫ୍ରମ୍ ହୋମ କାର୍ଯ୍ୟ କରିବାର ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି | କେବଳ ଯେ ଦିଲ୍ଲୀ ତା ନୁହେଁ ଓଡ଼ିଶାରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି । କାରଣ ଏବେ ଅନୁଗୁଳ ସହରରେ ବାୟୁ ପ୍ରଦୂଷଣ ମାତ୍ର ଅତ୍ୟଧିକ ବଢିଯାଇଛି | ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ଗୁଣବତ୍ତା ୩୪୦କୁ ବଢ଼ିଯାଇଛି। ମଙ୍ଗଳବାର ଏହା ଦେଶର ଷଷ୍ଠ ପ୍ରଦୂଷିତ ସହର ପାଲଟିଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରଦୂଷଣ ସ୍ତର ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଆକାଶ ଧୂଆଁଳିଆ ହେବା ସହ ଏକ୍ୟୁଆଇ ଅତି ନିମ୍ନସ୍ତରକୁ ଖସିଛି।

ଅନ୍ୟପଟେ ଦିଲ୍ଲୀରେ ହେଉଥିବା ବାୟୁ ପ୍ରଦୂଷଣକୁ କମାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବାରେ ଲାଗିଛନ୍ତି | କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ର ତଥ୍ୟ ଅନୁସାରେ, ମଙ୍ଗଳବାର ଉତ୍ତର ପ୍ରଦେଶର ହାପୁର ସହର ସବୁଠୁ ପ୍ରଦୂଷଣ ହୋଇଥିବା ସହର ପାଲଟିଥିଲା । ନଏଡା, ଗ୍ରେଟର ନଏଡା ଓ ଦିଲ୍ଲୀରେ ମଧ୍ୟ ପ୍ରଦୂଷଣ ଅତି ଭୟଙ୍କର ସ୍ତରକୁ ଚାଲିଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଦୂଷଣ ସ୍ଥିତି ମଧ୍ୟ ଉଦବେଗଜନକ ରହିଛି । ଶିଳ୍ପସମୃଦ୍ଧ ଓ ଖଣିଜ ସମ୍ପଦରେ ଭରପୂର ଅନୁଗୁଳ ଜିଲ୍ଲାର ବାୟୁ ଏବେ ବିଷାକ୍ତ ହେବାରେ ଲାଗିଛି | ଏଠାରେ ଏକ୍ୟୁଆଇ ୩୪୦କୁ ବଢ଼ିବା ସହିତ ବାୟୁର ମାନ ଅତି ନିମ୍ନସ୍ତରକୁ ଖସିଛି।

ବାୟୁ ପ୍ରଦୂଷଣ କାରଣରୁ ଅନେକ ସମସ୍ୟା ଦେଖାଦେଇଥାଏ | ସବୁଠାରୁ ଅଧିକ ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିଥାଏ | ତେବେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ସିପିସିବି ଚେତାଇ ଦେଇଛି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା ଅତି ଭୟଙ୍କର ସ୍ଥିତିକୁ ଯାଇଛି । କଟକରେ ଏକ୍ୟୁଆଇ ୩୩୨, ଭୁବନେଶ୍ୱରରେ ୩୨୧ ରହିଛି । ଅନୁଗୁଳ ପରେ ଏହି ଦୁଇ ସହର ରାଜ୍ୟର ସର୍ବାଧିକ ପ୍ରଦୂଷିତ ସହର ପାଲଟିଛନ୍ତି । ପ୍ରଦୂଷଣ ବଢ଼ିବା ଯୋଗୁଁ ରାଜଧାନୀରେ ଦିନ ବେଳା କୁହୁଡ଼ି ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଆକାଶ ଧୂଆଁଳିଆ ହୋଇଥିଲା | ଏବଂ କିଛି ମିଟର ଆଗରେ ଥିବା ଗାଡ଼ି ବା କୋଠାକୁ ଦେଖିବା ସମ୍ଭବ ହୋଇନଥିଲା। ଏଭଳି ପ୍ରଦୂଷଣକୁ ଦେଖି କିଛି ଲୋକ ମାସ୍କ ପିନ୍ଧି ଯାତାୟାତ କରୁଥିବା ଦେଖିବାକୁ ମିଳିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ