ପୁରୁଷ ବନ୍ଧ୍ୟା କରଣ ସଚେତନତା ରଥ ର ଶୁଭାରମ୍ଭ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଲୟ ପରିସରରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଛି l ଏହି ଅବସରରେ ବୀରମହାରାଜପୁର ବ୍ଳକ୍ ଅଧ୍ୟାକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଡାକ୍ତରଖାନା ଅଧିକ୍ଷକ ଡ଼ାକ୍ତର ସୁବାଷ ଚନ୍ଦ୍ର ପଣ୍ଡା ଯୋଗଦେଇ ଏହି ରଥ ୩୦ତାରିଖ ପର୍ଯ୍ୟନ୍ତ ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଗାଆଁ କୁ ଯାଇ ପୁରୁଷ ବନ୍ଧ୍ୟାକରଣ ସଚେତନତା କରିବ l ବନ୍ଧ୍ୟାକରଣ ଯୋଜନାରେ ଯେଉଁ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବେ ତାଙ୍କୁ ସରକାରଙ୍କ ତରଫରୁ ୨୦୦୦ଟଙ୍କା ପ୍ରଶୋହନ ରାଶି ପ୍ରଦାନ କରାଯିବ ବୋଲି ଡାକ୍ତର ସରୋଜ ପାଣିଗ୍ରାହି ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଚମ୍ପାମlଲ ସରପଞ୍ଚ ମହେନ୍ଦ୍ର ଜଗଦଳl, ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ ଡାକ୍ତଖାନା ପରିଚାଳକ ମହେନ୍ଦ୍ର ମିଶ୍ର, ଆୟୁଷ ଡାକ୍ତର ପ୍ରଣବ ମହାପାତ୍ର, ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିପିଏଚ୍ ଓ ସ୍ୱର୍ଣ୍ଣପ୍ରଭା ଯୁଏଡ ପରିଚାଳନା କରିଥିଲେ l

