Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷେମାଲୋଏ ପଞ୍ଚାୟତ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜାତୀୟ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଯଶୋବନ୍ତ କୁମାର ପଣ୍ଡା ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ କ୍ଷେମାଲୋଏ କ୍ଳଷ୍ଟରର ସଂଯୋଜକ ନରେନ୍ଦ୍ର କୁମାର ଦେହେରି ଓ ନାଏବ ସରପଞ୍ଚ ରେବତୀ ବଘାର, କନିଷ୍ଠ ଯନ୍ତ୍ରୀ ହିଟଲର ବେଶ୍ରା , ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ପୁଝାରୀ , ADEO ଗୌରାଙ୍ଗ ସାହୁ ଏବଂ ଗ୍ରାମ ପଞ୍ଚାୟତର ସମସ୍ତ MBK , CRP ପ୍ରମୁଖ ଯୋଗ ଦେଇଥିଲେ । ସମ୍ବିଧାନର ପ୍ରସ୍ତାବନାର ସଂକଳ୍ପ ପାଠ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ , ବକୃତା , ସଙ୍ଗୀତ ଏବଂ ରଚନା ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ବିଧାନକୁ ସମ୍ମାନ ଦେବା ସହ ଅନୁପାଳନ କରିବା ପ୍ରତିଟି ସଚେତନ ନାଗରିକର କର୍ତ୍ତବ୍ୟ ଅଟେ ବୋଲି ସରପଞ୍ଚ ଯଶୋବନ୍ତ କୁମାର ପଣ୍ଡା ମତ ପ୍ରକାଶ କରିଥିଲେ । ପରିଶେଷରେ GRS ଗୌରାଙ୍ଗ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ