Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ରେ ସମ୍ବିଧାନ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ବୁଧବାର 76 ତମ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି I ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଭାଗ ମୁଖ୍ୟ ଶିବ କୁମାର ପୁରୋହିତ ମୁଖ୍ୟ ଅତିଥି ଏବଂ ଅଧ୍ୟାପକ ସ୍ମୃତି ରଞ୍ଜନ ଭରାସାଗର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ସମ୍ବିଧାନ ଦେଶର ମେରୁଦଣ୍ଡ ସଦୃଶ ବୋଲି ମତବ୍ୟକ୍ତ କରିଥିଲେ I ଅଧ୍ୟାପକ ନରେନ୍ଦ୍ର ଝା ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ I ଏହା ସହିତ ସେ ବିଷୟ ଭିତ୍ତିକ ମନ୍ତବ୍ୟ ମଧ୍ୟ ରଖିଥିଲେ I ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପ୍ରଜ୍ଞା ପାରମିତା ସାଥୁଆ , ଦ୍ଵିତୀୟ ବର୍ଷ ପକ୍ଷରୁ ପ୍ରତୀକ୍ଷା ପଧାନ, ଅଙ୍କିତା ପାଣିଗ୍ରାହୀ , ରାଜଲକ୍ଷ୍ମୀ ଚାନ୍ଦ ଓ ରାକେଶ ମେହେର ପ୍ରବନ୍ଧ ଉପସ୍ଥାପନ କରିଥିଲେ I ସେହିଭଳି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ବର୍ଷାରାଣୀ ବାଦୀ , ଲକ୍ଷ୍ମୀପ୍ରିୟା ଜଗଦଲା , ଜୀନା ମେହେର , ଲିପି ବାଦୀ , ଭାରତୀ ପଧାନ , ଇତିଶ୍ରୀ ପଧାନ ଏବଂ ସତ୍ୟପ୍ରିୟ ବାରିକ ପ୍ରବନ୍ଧ ଉପସ୍ଥାପନ କରିଥିଲେ I ଏହି ସଭାରେ ଦେଢ଼ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ