Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଂକଂରେ ଭୟାବହ ଅଗ୍ନିକାଣ୍ଡ; ୪୪ ମୃତ, ୩୦୦ ନିଖୋଜ

ହଂକଂ: ବୁଧବାର ଅପରାହ୍ନରେ ହଂକଂର ତାଇପୋରେ ଉଚ୍ଚ କୋଠାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ଜଣ ନିଖୋଜ ଅଛନ୍ତି। ଅଗ୍ନିକାଣ୍ଡ ସାତଟି କୋଠାକୁ ବ୍ୟାପିଥିବା ସୂଚନା ମିଳିଛି।

ପୋଲିସ ଅନୁଯାୟୀ, ଏହି ଘଟଣାରେ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେହିପରି ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଅନେକ ଲୋକ କୋଠାଗୁଡ଼ିକରେ ଫସି ରହିଛନ୍ତି। କିଛି କିଲୋମିଟର ଦୂରରୁ ନିଆଁ ଦେଖାଯାଉଥିଲା ବୋଲି ପ୍ରକାଶ କରିଛି ଅଗ୍ନିଶମ ବିଭାଗ। ତେବେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଗୁଡ଼ିକରେ କୋଠାଗୁଡ଼ିକରୁ ଧୂଆଁ ବାହାରୁଥିବା ଦେଖାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସହରର ତାଇପୋ ଜିଲ୍ଲାର କମ୍ପ୍ଲେକ୍ସ ବାହାରେ ବାଉଁଶ ଭାରା ପର୍ଯ୍ୟନ୍ତ ନିଆଁ ବ୍ୟାପିଛି।

ତାଇ ପୋ ହଂକଂର ଉତ୍ତର ଭାଗରେ ରହିଛି, ଯାହା ପ୍ରମୁଖ ଚୀନ୍ ସହର ସେନଜେନ୍ ସହିତ ସୀମା ନିକଟରେ ଅବସ୍ଥିତ। ଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଅନେକ ରାସ୍ତା ବନ୍ଦ କରାଯାଇଛି। ଏହି ଅଗ୍ନିକାଣ୍ଡକୁ ସ୍ତର ୫ ଭାବରେ ବର୍ଗୀକୃତ କରାଯାଇଛି। ଯାହା ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ