Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଚିକିତ୍ସାରେ ଅବହେଳା ପାଇଁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ

ପୁରୀ;୨୭|୧୧: ଅବହେଳାରେ ବିତିଗଲା କଏଦୀଙ୍କ ଜୀବନ | ଏବେ କ୍ଷତିପୂରଣ ସହିବେ ସରକାର | କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ସରକାର ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ। ଦୀର୍ଘ ୮ବର୍ଷ ପରେ ମୃତକଙ୍କ ପତ୍ନୀଙ୍କୁ ମିଳିଲା ନ୍ୟାୟ। ୨୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ୬ ସପ୍ତାହ ଭିତରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ ଜିଲ୍ଲା ନିମାପଡା ସବ୍ ଜେଲ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ଅବହେଳା କରିଛନ୍ତି | ଯାହାଫଳରେ କି ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଲା ନାହିଁ | ଏହାଦ୍ୱାରା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିଲା। ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ କଏଦୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ୨୦୧୭ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପତ୍ନୀ।

ରେକର୍ଡରେ ଥିବା ସୂଚନା ଅନୁଯାଇ, ମୃତ ବ୍ୟକ୍ତିଙ୍କ ରୋଜଗାର ଓ ଆବେଦନକାରୀଙ୍କ ଭବିଷ୍ୟତ ଜୀବନକୁ ବିଚାରକୁ ନେଇ କ୍ଷତିପୂରଣ ରାଶି ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସବିତା ନିଶଙ୍କଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ମୃତକ ବିଚାରାଧୀନ ବନ୍ଦୀ କୃତିବାସ ଖଟେଇ ପିପିଲି ଥାନାରେ ରୁଜୁ ଏକ ମାମଲାରେ ୨୦୧୬, ସେପ୍ଟେମ୍ବର ୨୦ରେ ଗିରଫ ହୋଇ ଜେଲ ଯାଇଥିଲେ। ବିଚାରାଧୀନ ଅବସ୍ଥାରେ ୨୦୧୭, ଜାନୁଆରି ୨୬ରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ