ଓଡିଶା ଆଦର୍ଶ ବିଦ୍ୟାଳୟ , ବୀରମହାରାଜପୁର ର ଶିକ୍ଷକ – ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଦାବି ନେଇ କଳାବ୍ୟାଜ୍ ପରିଧାନ
ବୀରମହାରାଜପୁର :
୧୩ ଦଫା ଦାବି ନେଇ ଓଡ଼ିଶା ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ମାନେ କଳାବ୍ୟାଚ୍ ପରିଧାନ କରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘର ଆହ୍ବାନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସରକାରଙ୍କ ଠାରେ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ୬ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ଓ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ପ୍ରଦର୍ଶନ କରିବା ସହ ୧୩ ଦଫା ଦାବି ପତ୍ର ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନକୁ ପ୍ରତିଷ୍ଠାର ୧୦ବର୍ଷ ବିତି ଯାଇଥିଲେ ସୁଦ୍ଧା ଶିକ୍ଷକ-ଶିକ୍ଷୟିତ୍ରୀମାନେ ନ୍ୟାଯ୍ୟ ଅଧିକାରରୁ ବଂଚିତ ହୋଇଥିବାରୁ ଏହି ପନ୍ଥା ଗ୍ରହଣ କରାଯାଇଛି ବୋଲି ସେମାନେ କହିଛନ୍ତି। ଆଦର୍ଶ ବିଦ୍ୟାଳୟ ରାଜ୍ୟ ଶିକ୍ଷକ ସଂଘ ତରଫରୁ ବାରମ୍ବାର ଉଚ୍ଚ ସ୍ତରୀୟ ବୈଠକ ପାଇଁ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲା ସତ୍ତ୍ୱେ ବି ପ୍ରତିଶୃତି ଛଡା କିଛି ମିଳି ନ ଥିବା, ୩୦ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ମୃତ୍ୟୁ ବରଣ କରିବା ପରେ ବି ସେମାନଙ୍କୁ କୌଣସି ପ୍ରକାର ସୁବିଧା ସରକାର ଯୋଗାଇ ନ ଦବା ଆଦି ବିଷୟ ସମଗ୍ର ରାଜ୍ୟର ଶିକ୍ଷକ ସମାଜର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି ବୋଲି ଦାବି ପତ୍ର ରେ ଉଲ୍ଲେଖ ରହିଛି। ମୁଖ୍ୟତଃ ସରକାରୀ ଚାକିରୀ ସର୍ତ୍ତାବଳୀ ଲାଗୁ ଓ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଆଦି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମୁଖ୍ୟ ଦାବି ରହିଛି। ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ସରକାର ଏହାର ସମାଧାନ ନ କରି ଚୁପ୍ ରହନ୍ତି, ତେବେ ରାଜଧାନୀର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ସୁନିଶ୍ଚିତ ବୋଲି ସ୍ଥିର କରାଯାଇଛି ।

