ଭୁବନେଶ୍ୱରରେ, ବୋମା ବିସ୍ଫୋରଣ; ଘଟଣାସ୍ଥଳରେ ପୋଲିସ ତଦନ୍ତ
Oplus_16908288
ଭୁବନେଶ୍ୱର,୨୮|୧୧: ଭୁବନେଶ୍ୱରରେ ବୋମା ବିସ୍ଫୋରଣ| ପ୍ରାୟ ୮ ଟା ପାଖାପାଖି ଶୁଭିଲା ଭୀଷଣ ଶବ୍ଦ | ଭୁବନେଶ୍ଵରର ମଞ୍ଚେଶ୍ୱର ଗାଡ଼କଣରେ ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଗେଟ ନମ୍ବର ୩ ପାଖରେ ବୋମା ମାଡ ହୋଇଥିବାର ସୂଚନା | ବାଇକରେ ଆସି ଦୁର୍ବୁତ୍ତ ଏହି ଅପରାଧିକ ଘଟଣା ଘଟାଇଛନ୍ତି | ଘଟଣାସ୍ଥଳରେ ଲୁହା କଣ୍ଟା ଏବଂ ବୋମାରେ ବ୍ୟବହୃତ ହୋଇଥିବା ବାରୂଦ ଏବଂ ଅନେକ ଜିନିଷ ପଡିଥିବାର ଦେଖିବାକୁ ମିଳିଛି |
ସୂଚନା ଅନୁସାରେ, ସକାଳ ପ୍ରାୟ ୮ ଟା ପାଖାପାଖି ଏକ ଭୟଙ୍କର ବୋମା ମାଡ ହୋଇଥିଲା ମଞ୍ଚେଶ୍ୱର ଅନ୍ତର୍ଗତ ଏକ କେନ୍ଦ୍ରୀୟ ବିଦ୍ୟାଳୟରେ | ଅଭିଭାବକ ମାନେ ଛାତ୍ର ଛାତ୍ରୀଙ୍କୁ ସ୍କୁଲକୁ ଛାଡିବାକୁ ଆସିଥିଲେ | ସୂଚନା ମୁତାବକ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ପଶିବା ପରେ ଘଟିଛି ଏଭଳି ଅଘଟଣ | ସୋଭାଗ୍ୟ ବଶତଃ ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ | କିନ୍ତୁ ପ୍ରଶ୍ନ ଉଠୁଛି ଏଭଳି ଘଟଣା କିଏ ଆଉ କାହିଁକି ଘଟାଇଲା | ଅଭିଭାବକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି | ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ଏବଂ ବମ୍ ସ୍କ୍ୱାର୍ଡ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି |

