Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦ରୁ କମ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟ ହେବ ବନ୍ଦ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୮ା୧୧: ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି | ଏହି ବିଦ୍ୟାଳୟ ଗୁଡିକୁ କରାଯିବ ବନ୍ଦ | ରାଜ୍ୟର କୌଣସି ବିଦ୍ୟାଳୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥାଆନ୍ତି ତେବେ ସେହି ବିଦ୍ୟାଳୟ ଗୁଡିକୁ ପୁନଃ ଖୋଲାଯିବ ନାହିଁ | ଏନେଇ ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସୂଚନା ଦେଇଛନ୍ତି | ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି |

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟରେ ଯେଉଁ ସରକାର ଥିଲା, ସେମାନେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଅନେକ ବିଦ୍ୟାଳୟକୁ ବନ୍ଦ କରି ଦେଇଥିଲେ। କିନ୍ତୁ ବର୍ତ୍ତମାନର ନୂଆ ସରକାର ଗଠନ ହେବା ପରେ ପୂର୍ବରୁ ବନ୍ଦ ହୋଇଥିବା ୪୬ଟି ସ୍କୁଲ୍‌କୁ ଖୋଲାଯାଇଛି | ସେ କହିଛନ୍ତି, ଜିଲ୍ଲାସ୍ତରୀୟ କମିଟି ଠାରୁ ନିବେଦନ ଆସିବା ପରେ ରାଜ୍ୟ ସରକାର ସେହି ନିବେଦନଗୁଡ଼ିକୁ ବିଚାର କରି ବିଦ୍ୟାଳୟ ଖୋଲିବା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକ ପୁନଃ ଖୋଲିବା ପାଇଁ କୌଣସି ଯୋଜନା ହୋଇନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ