ରାଜ୍ୟ ପରିବହନ ବସ୍ ସେବା ସମ୍ପ୍ରସାରଣ ପାଇଁ ସ୍ମାରକ ପତ୍ର
ବୀରମହାରାଜପୁର :
ସୁନ୍ଦରଗଡରୁ ସମ୍ବଲପୁର ଦେଇ ସୋନପୁର କୁ ଆସୁଥିବା ରାଜ୍ୟ ପରିବହନ ବିଭାଗ ବସ୍ ସେବା ବୀରମହାରାଜପୁରକୁ ସଂପ୍ରସାରଣ ପାଇଁ ଆଜି ଶୁକ୍ରବାର ବରିଷ୍ଠ ନାଗରିକ ସଂଗଠନ ତରଫରୁ ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେରଙ୍କୁ ଭେଟି ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ମାନ୍ୟବର ବିଭୁତି ଭୂଷଣ ଜେନାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ସୁନ୍ଦରଗଡ଼ରୁ ଏହି ବସ୍ ସୋନପୁରକୁ ଦିନ ୧୦ ଘଣ୍ଟା ରେ ପହଞ୍ଚି ଅପରାହ୍ନ ୩ ଘଣ୍ଟାରେ ଛାଡୁଛି । ଏହି ବସ୍ ସେବାକୁ ବୀରମହାରାଜପୁରକୁ ସଂପ୍ରସାରଣ କଲେ ଏଠାକାର ଅଧିବାସୀ ଯାତାୟାତ ଓ ବାଣିଜ୍ୟ କ୍ଷେତ୍ରରେ ବିଶେଷ ଉପକୃତ ହେବେ ବୋଲି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରା ଯାଇଛି। ପ୍ରତିନିଧି ଦଳରେ ଜ୍ଞାନେନ୍ଦ୍ର ତ୍ରୀପାଠୀ , ଚମରା ମହାକୁର , ଦୟାନିଧି ହୋତା , ଦ୍ବିତୀକୃଷ୍ଣ ପଣ୍ଡା , ସତ୍ୟ ନାରାୟଣ ନାୟକ , ଅକ୍ଷୟ ମିଶ୍ର , ବାସୁଦେବ ପଣ୍ଡା, ଜଗଦୀଶ ଚାନ୍ଦ, ସୌମିତ୍ରୀ ମେହେର , ଅକ୍ରୂର ଦନ୍ତା , ଶିବ ଖମାରୀ, ସୁରେନ୍ଦ୍ର ହୋତା ପ୍ରମୁଖ ସାମିଲ ହୋଇଥିଲେ।

