ଜୟପୁର ରେ ମାଣବସା ଗୁରୁବାର ଉପଲକ୍ଷେ ଶ୍ରିୟା ଚଣ୍ଡାଳୁଣୀ ନାଟକ ମଞ୍ଚସ୍ଥ
ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ପବିତ୍ର ମାଣବସା ଗୁରୁବାର ଉପଲକ୍ଷେ ଗୁରୁବାର ୧୮ତମ ଶ୍ରୀୟା ଚାଣ୍ଡାଲୁଣୀ ମାଁ ମହାଲକ୍ଷ୍ମୀଙ୍କ ନାଟକ ମଞ୍ଚସ୍ଥ ହୋଇଯାଇଛି। ମାଁ ନାରାୟଣୀ ନାଟ୍ୟ କଳାପରିଷଦ ଜୟପୁରର କଳାକାର ମାନଙ୍କୁନେଇ ପରିବେଷଣ ହୋଇଥିଲା ଏହି ନାଟକ।
ବିଭିନ୍ନ ଭୂମିକା ଅଂଶ ଗ୍ରହଣ କରିଥିଲେ , ଲଷ୍ମୀ-ରବୀନ୍ଦ୍ର ଡାଙ୍ଗ, ବଳରାମ -ଭୀମସେନ ମେହେର , ଜଗନ୍ନାଥ-ନକୁଳ ମେହେର , ଭୃଗୁ -ଉଦୟ ନାଥ ପଧାନ , ନାରଦ -ବସୁଦେବ କର୍ଣ୍ଣ , ଶ୍ରୀୟା ଚାଣ୍ଡାଲୁଣୀ-ବିଧୁଭୂଷଣ ନାଏକ , ବିଷ୍ଣୁ -ଗୁପ୍ତେଶ୍ୱର କର୍ଣ୍ଣ , ପରାଶର-କୀର୍ତ୍ତନ୍ୟଭୁକ୍ତା । ନାଟକଟିକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ଅଇଁଠୁ ସାହୁ , କିବୋର୍ଡ଼ ରେ ଗୋପାଳ ପାତ୍ର , ତବଲା ରେ ସୌମିତ୍ରୀ ମଲ୍ଲିକ , ପେଡ ରେ ମନରଞ୍ଜନ କଲତl , ସହଯୋଗ କରିଥିଲେ।

