ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ
ଝାରସୁଗଡ଼ା ୨୮/୧୧ (ଓଡ଼ିଶା ନ୍ୟୁଜ୍) – ଝାରସୁଗୁଡା ଜିଲ୍ଲା ଓଡ୍ରାଫ ଟିମ ଦ୍ୱିତୀୟ ବାଟାଲିୟନ ପକ୍ଷରୁ ଲଖନପୁର ବ୍ଲକର ଅତାବିରା ମିଶ୍ରିଲାଲ ହାଇସ୍କୁଲ ପରିସରରେ ଆୟୋଜିତ ଦ୍ଵି-ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦକ୍ଷତା ବୃଦ୍ଧି ତାଲିମ ଶିବିର ସଫଳତାର ସହ ଉଦଯାପିତ ହୋଇ ଯାଇଛି।
ପ୍ରଧାନଶିକ୍ଷକ ଡିଲେଶ୍ୱର ପ୍ରଧାନ ଦୀପ ପ୍ରଜ୍ଵଳନ କରି ଶିବିରକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଓଡ୍ରାଫ ଟିମର ୨ୟ ବାଟାଲିୟନର ଏସଆଇ ବି.ବି. ଥାପ୍ପାଙ୍କ ନେତୃତ୍ୱରେ ହାବିଲଦାର ବି.ବି. ରାନା ସଗର, ପି.ବି. ତମଙ୍ଗ, ସିପାହୀ ଏଚ.ବି. ଛତ୍ରୀ, ନିହାଲ ଥାପ୍ପା, ଧିରଜ ଥାପ୍ପା, ଗଣେଶ ପରିଆର ଓ ଏ.ପି. ଲେପଚା ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିପଦ ସମୟର ଆବଶ୍ୟକୀୟ କୌଶଳ ପ୍ରଦର୍ଶନ କରି ପ୍ରାୟୋଗିକ ତାଲିମ ପ୍ରଦାନ କରିଥିଲେ । ତାଲିମରେ ବନ୍ୟା-ବାତ୍ୟା ସମୟରେ ଉଦ୍ଧାର ପ୍ରକ୍ରିୟା, ଭୂକମ୍ପ ସମୟରେ ସୁରକ୍ଷା ନିୟମ, ଅଗ୍ନିକାଣ୍ଡ ମୁକାବିଲା, ବନ୍ୟା ବେଳେ ବ୍ୟବହୃତ ଆପତ୍କାଳୀନ ପ୍ରଣାଳୀ, ରୋପ୍ ରେସ୍କ୍ୟୁ, ପ୍ରାଥମିକ ଚିକିତ୍ସା, ବିଷଧର ସାପ ଓ କୁକୁର କାମୁଡ଼ାରୁ ରକ୍ଷା ଉପାୟ, ପାଣିରେ ବୁଡ଼ୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଅନୁଷ୍ଠିତ ତାଲିମ ଶିବିରରେ ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୪୪ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରଧାନ ଶିକ୍ଷକ ଡିଲେଶ୍ୱର ପ୍ରଧାନ,ସହକାରୀ ଶିକ୍ଷକ ଅଶ୍ୱିନୀ ଭୋଇ, ତୋକାରାମ ମେହେର, ଯୋଗେଶ୍ୱର ପଧାନ, ନିର୍ମଳ ବିଶ୍ୱାଳ, ସଚ୍ଚିଦାନନ୍ଦ ପଧାନ, ସିନ୍ଧୁ ପଟେଲ, ବର୍ଷା ବିଶି, ତୁଲାରାମ ଧୂରୁଆ, ପିତାମ୍ବର ବିଶ୍ୱାଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

