Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ରେ କୁଷ୍ଠ ରୋଗ ର ଚିହ୍ନଟି କରଣ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ରେ କୁଷ୍ଠରୋଗ ର ଚି଼ହ୍ନଟୀ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଅଧ୍ୟକ୍ଷତା କରିଥିବାବେଳେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଗୌରୀଶଙ୍କର ପୁଜାହାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l କେନଝିରିଆ ପାଲି ଆୟୁସ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ର CHO ଅଞ୍ଜଳି ବାଘ , ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ , ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୁଷ୍ଠ ରୋଗ ବିଷୟରେ ସଚେତନ କରିଥିଲେ I ତା ସହିତ ବିଦ୍ୟାଳୟ କୁ ଆସିଥିଵା ୭୨ଜଣ ଛାତ୍ର ୫୧ ଜଣ ଛାତ୍ରୀ ଙ୍କୁ କୁଷ୍ଠ ରୋଗ ସ୍କ୍ରିଂନିଂ କରାଯାଇଥିଲା I ହେଲେ ବିଦ୍ୟାଳୟ ର କୌଣସି ଛାତ୍ର ଛାତ୍ରୀ ମାନଙ୍କର କୁଷ୍ଠ ରୋଗ ର ଲକ୍ଷଣ ଦେଖିବାକୁ ମିଳିନଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ