ଡିସେମ୍ବର 13 ରୁ ବାଘପାଲି ବକୁଳ ଯାତ୍ରା ମହୋତ୍ସବ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ, ବାଘପାଲି ଠାରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଗୁରୁ ମହାରାଜଙ୍କ ପାଦପଦ୍ମରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ତାପରେ ଟ୍ରଷ୍ଟ ସମ୍ପାଦକ ମକୁନ୍ଦ ଧରୁଆ ବିବରଣୀ ପଠନ କରିଥିଲେ l ପରେ ସଭାପତି ଶ୍ରୀ ପାଢ଼ୀ ଚଳିତ ବର୍ଷ ଦୁଇଦିନ ବକୁଳ ଅମାବାସ୍ୟା ହେଉଛି, ଯେଉଁ ଦିନ ପୁରୀ ଶ୍ରୀମନ୍ଦିରରେବକୁଳ ଲାଗି ଅମାବାସ୍ୟା ପାଳନ କରାଯାଉଛି ସେହି ଦିନ ଆମେ ମଧ୍ୟ ବକୁଳ ଯାତ୍ରା ମହୋତ୍ସବ ପାଳନ କରିବା ଯାହାକି ଆସନ୍ତା ତା-13/12/2025 ରୁ ତା-20/12/2025 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ l ତା-15/12/2025 ରିଖ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସଙ୍କ ତିରୋଧାନ ଦିବସ ପାଳନ କରାଯିବ ଏବଂ ତା-19/12/2025ରିଖ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେବ, ତା-20/12/2025ରିଖ ପୂର୍ଣ୍ଣାହୁତି ହେବ l ଚଳିତ ବର୍ଷ କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା ଏବଂ ଆଇନ ଶୃଙ୍ଖଳା କରିବା ପାଇଁ ପୋଲିସ ବିଭାଗକୁ ପତ୍ର ମାଧ୍ୟମରେ ଅବଗତ କରାଯିବ ଆଉ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଅବଗତ କରାଯିବ l ପରେ ମହୋତ୍ସବକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବା ପାଇଁ ବିଭିନ୍ନ ଉପ କମିଟୀ ଗଠନ କରାଗଲା ଯାହା ଟ୍ରଷ୍ଟ ସଦସ୍ୟ ମାନେ ସମସ୍ତ କମିଟିକୁ ତଦାରଖ କରିବେ l ଶେଷରେ ସମାରୁ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l ଟ୍ରଷ୍ଟ ସଦସ୍ୟ ଉତ୍ତର କୁମାର ପାତ୍ର, ନରସିଂହ ପଧାନ, ପଦ୍ମନ କୁମାର ପଣ୍ଡା, ନଳିନୀ କାନ୍ତ ବାଘ, ଜୟଲାଲ ସେଠି, ଫଗୁନୁ ପଧାନ, କୃପାସିନ୍ଧୁ ଥାଟି, ଯେହେରୁ ପଧାନ, ଫକୀର ପୁରୋହିତ, ଅଭିଷେକ ଅମାତ ପ୍ରମୁଖ ଉପସ୍ଥିତ ଥିଲେ l

