ପୁଣି ଥରେ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା- ହଷ୍ଟେଲ ଭିତରୁ ମିଳିଲା ଝୁଲନ୍ତା ମୃତଦେହ #KIITUNIVERSITY
ଭୁବନେଶ୍ୱର,୧|୧୨: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ବବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଏକ ହଷ୍ଟେଲ ଭିତରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା | ମୃତକ ଛାତ୍ର ଜଣଙ୍କ ହେଲେ ଛତିଶଗଡ଼ର ରାହୁଲ ଯାଦବ | ସେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷର ଛାତ୍ର ଥିଲେ | ତେବେ କିଛି ମାସ ପୂର୍ବରୁ ନେପାଳର ଏକ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ଆଉ ଏବେ ପୁଣି ଏକ ଆତ୍ମହତ୍ୟାକୁ ନେଇ ସନ୍ଦେହ ଉପୁଜିଛି | ମୃତ୍ୟୁର କାରଣ ଆତ୍ମହତ୍ୟା ହୋଇପାରେ ବୋଲି ଏସିପି ସୋନାଲ୍ ସିଂ ପରମାରଜୀବନ ସ୍ପଷ୍ଟ କରିଛନ୍ତି | ତେବେ ଇନ୍ଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି |

