Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ୍ ଚାଳକକୁ ଲୁଟେରାଙ୍କ ମରଣାନ୍ତକ ଆକ୍ରମଣ; ଟଙ୍କା ସହିତ ମୋବାଇଲ ଲୁଟ୍

କେନ୍ଦୁଝର,(ବଡ଼ବିଲ)୧|୧୨: ଦିନକୁ ଦିନ ଓଡ଼ିଶାରେ ଅପରାଧ ଜନିତ ଘଟଣା ବୃଦ୍ଧି ପାଇବାରେ ଲାଗିଛି | ମାତିଛନ୍ତି ଲୁଟେରା ଗ୍ୟାଙ୍ଗ | ଏଭଳି ଏକ ଘଟଣା ଘଟିଛି କେନ୍ଦୁଝରରେ | ୫୨୦ ନମ୍ୱର୍ ଜାତୀୟ ରାଜପଥ, ଭଦ୍ରାସାହି ନିକଟ ରୋଇଡ଼ା ଛକ ନିକଟରେ ଏକ ଟ୍ରକ୍ ରାସ୍ତାରେ ଯାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଥିଲେ। ଏବଂ ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଡ୍ରାଇଭର ସତ୍ୟନାରାୟଣ ବିଶ୍ଵକର୍ମାଙ୍କ ପାଖରୁ କିଛି ଟଙ୍କା ଓ ତାଙ୍କ ମୋବାଇଲ ଛଡ଼ାଇ ନେବା ସହିତ ତାଙ୍କୁ ହତ୍ୟା ଆକ୍ରମଣ ମଧ୍ୟ କରିଥିଲେ।

ଘଟଣାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ରାଇଭର ବିଶ୍ଵକର୍ମାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ତେବେ ଏବିଷୟରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଗୁରୁତର ଆହତ ହୋଇଥିବା ସତ୍ୟନାରାୟଣ ବିଶ୍ଵକର୍ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ