Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଳାରେ କୃଷି ମହାବିଦ୍ୟାଳୟ ତଥା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନେଇ ସଚେତନ ନାଗରିକ ମଞ୍ଚର ବୈଠକ

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକମଞ୍ଚର କାର୍ଯ୍ୟ କାରିଣୀ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋନପୁର ସହର ସ୍ଥିତ ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ଜିଲ୍ଲାର ବିଭିନ୍ନ ସଙ୍ଗଠନର ସଦସ୍ୟଙ୍କ ଯୋଗଦେଇଥିବା ବେଳେ ଉକ୍ତ ବୈଠକରେ ଜିଲ୍ଲା କୁ ଅନେକ କ୍ଷେତ୍ରରେ ସରକାରଙ୍କ ଅଣଦେଖାର ଆଭିମୁଖ୍ୟ କୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା।
ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ଏବେ ପର୍ଯ୍ୟଟନ ସ୍ଥଳୀ ସବୁର ଭିତ୍ତିଭୂମିର ବିକାଶ କାର୍ଯ୍ୟ ସରକାର ହାତକୁ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାକୁ ମଧ୍ୟ ଏଥିରେ ସାମିଲ କରାଯିବା ସହ  ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ସ୍ଥାପନ ସକାଶେ ଖୁବଶୀଘ୍ର ଏକ ସ୍ମାରକପତ୍ର ପ୍ରଦାନ କରାଯିବାକୁ ମଧ୍ୟ  ନିଷ୍ପତ୍ତି ନିଆଗଲା। ହେଲେ ଆଜିର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଓ ଆଲୋଚନା ରହିଥିଲା ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ  ଓ  ସମ୍ବଲପୁର ଗୋପାଳପୁର  ରେଳପଥ  ସୁବର୍ଣ୍ଣପୁର ଦେଇଯିବା ବିଷୟରେ । ପୂର୍ବରୁ ଏନେଇ ନିଆଯାଇଥିବା ପଦକ୍ଷେପ ସବୁ ବିଷୟରେ   ସଚେତନ ନାଗରିକ ମଞ୍ଚର ସଭାପତି  ସୂଚନା ପ୍ରଦାନ କରିଥିଲେ।
ସମ୍ବଲପୁର-ଗୋପାଳପୁର ରେଳଲାଇନ୍ କୁ ନେଇ ଜିଲ୍ଲା ପ୍ରଶାସନ ଜରିଆରେ ମାନ୍ୟବର  ମହାମହିମ ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ , ସ୍ବାସ୍ଥ୍ୟମନ୍ତ୍ରୀ  ନିରଞ୍ଜନ ପୂଜାରୀ ଓ ମାନ୍ୟବର ପୂର୍ବତନ ମନ୍ତ୍ରୀ  ପଦ୍ମନାଭ ବେହେରା ଏବଂ ମାନ୍ୟବର ସାଂସଦ ବଲାଙ୍ଗିର ସଂଗୀତା ସିଂଦେଓଙ୍କ ଅବଗତି ଓ ବିହିତ ପଦକ୍ଷେପ ସକାଶେ ଅନୁରୋଧ କରାଯାଇଥିବା ପ୍ରକାଶ କରିଥିଲେ। ଏତତ୍ ବ୍ୟତୀତ ଏହାକୁ ନେଇ ବହୁ ବାର
ପତ୍ର,  ମେଲ୍ , ଟୁଇଟ ଜରିଆରେ ମଧ୍ୟ ସରକାରଙ୍କ ପାଖରେ ଦାବି  ରଖାଯାଇଛି ହେଲେ ଉତ୍ତର ମିଳୁନଥିବା କଥାପ୍ରକାଶ କରିଥିଲେ।
ସେଥିପାଇଁ ଆଉଥରେ ଏକ ପତ୍ର  ମହାମହିମ ରାଷ୍ଟ୍ରପତିଙ୍କୁ ଲେଖିବା ପାଇଁ ନିଷ୍ପତ୍ତି ନିଆଗଲା।  ଏହା ସହିତ ଏକ ପ୍ରତିନିଧି ମଣ୍ଡଳୀ ଖୁବ ଶୀଘ୍ର ଯାଇ  ରେଲମନ୍ତ୍ରୀ  ଓ ବିଭିନ୍ନ ପଦାଧିକାରୀ ବୃନ୍ଦଙ୍କୁ   ଭେଟିବା ପାଇଁ ନିଷ୍ପତ୍ତି ନିଆଗଲା।
ଏହା ସହ ପବିତ୍ର ଦେଵଭୂମି ସୁବର୍ଣ୍ଣପୁର ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳିଆ ହେରିଟେଜପ୍ରକଳ୍ପ ବିଷୟରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ  ଜିଲ୍ଲାର ସଦର ମହକୁମାଠାରେ ଚାଲୁ ରହିଥିବା ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ଼ କାର୍ଯ୍ୟ ଦୀର୍ଘ ଦିନ ହୋଇଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇନପାରିବା ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଥିଲା।
ଏଥିପାଇଁ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟ କିଭକି ସରିବ  ତାଉପରେ ଗୁରୁତ୍ୱ ପ୍ରଦାନ କରନ୍ତୁ ବୋଲି ଏକ ପ୍ରସ୍ତାବ ଆଜି ଅନୁମୋଦନ କରିଥିବା ଜଣାଯାଏ।  ନଚେତ୍ ଭବିଷ୍ୟତରେ କୋଣସି ଅପ୍ରୀତିକର ପରିସ୍ଥିତି ସକାଶେ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ସଚେତନ ନାଗରିକ ମଞ୍ଚ ସୂଚାଇ ଦେଇଛି।
ପୂର୍ବରୁ ପ୍ରଶାସନ ସହ ଭେଟିବା ଅବସରରେ ଏହା ବହୁ ଶୀଘ୍ର ସରିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। କିନ୍ତୁ ବାସ୍ତବିକତାରେ ଏହା ବହୁ ଦୂରରେ। ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ ସକାଶେ କଡା ଆଭିମୁଖ୍ୟ ସହ ଏହାର କାର୍ଯ୍ୟ ଶୀଘ୍ର ସାରିବା ଉପରେ  ଗୁରୁତ୍ୱ ପ୍ରଦାନ କରିବା କଥା ବୋଲି ବୈଠକରେ ମତ ପ୍ରକାଶ ପାଇଥିବା ଜଣାପଡ଼େ।
ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ କୋଶଳ ଏକାଡେମୀ ପ୍ରମୁଖ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖ ନାଥ ସାହୁ , ବରିଷ୍ଠ ଆଇନଜୀବୀ ଵ୍ୟୋମକେଶ ଦାସ, ପୁର୍ବତନ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ପର୍ଶୁରାମ ମିଶ୍ର, ପୂର୍ବତନଜିଲ୍ଲାବସ୍ ମାଲିକସଂଘ ସଭାପତି ପୁରୁଷୋତ୍ତମପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପଟ୍ଟନାୟକ , ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ,ଧୀରେନ୍ଦ୍ର କୁମାର ପଟ୍ଟନାୟକ,  ସହଦେଵ ପାତ୍ର,ଭିକାରୀ ପୃଷ୍ଟି, ପ୍ରଦୀପପୁରୋହିତ ,ଦୁଃଖିରାମ ନାୟକ , ମହେଶ ପୂଜାହାରୀ,ବାଙ୍କାନିଧି ରାୟଗୁରୁ,  ,ସୂର୍ଯ୍ୟ ନାରାୟଣ ଦାସ,ନବଘନ ସାଣ୍ଢ,ପଞ୍ଚାନନ ବାରିକ,   କିଶୋର ହୋତା, ଶେଷଦେବ ମେହେର, ସଂଜୀଵ ଅଗ୍ରୱାଲା, ରାଜକିଶୋର ତ୍ରିପାଠୀ, ଧରଣୀଧର ମିଶ୍ର, ଦିଲ୍ଲୀପ ରଥ,ମୃତ୍ୟୁଜୟ ପାତ୍ର ,ଖିରସାଗର ବିଭାର, ନିରଞ୍ଜନ ତ୍ରିପାଠୀ  ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ବାଙ୍କାନିଧି ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।