Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୀରମହାରାଜପୁର ସ୍ଥିତ ରଥପୁରଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଶ୍ରୀ ବିଷ୍ଣୁ ପ୍ରସାଦ ଅଧ୍ୟକ୍ଷତା କରି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡ. ପ୍ରଫୁଲ୍ଲ କୁମାର ରଥ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ଗଠନରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀମତୀ ସନ୍ତୋଷିନୀ ନାଏକ ଶାରୀରିକ ସୁସ୍ଥତା, ମାନସିକ ସୁସ୍ଥତା ଏବଂ ଜୀବନ ପ୍ରତି ସକାରାତ୍ମକ ମନୋଭାବ ଗଠନରେ କ୍ରୀଡ଼ାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଇନ୍ଦ୍ରଜିତ ପରୁଆ ମଧ୍ୟ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ନିଜର ମୂଲ୍ୟବାନ ମତାମତ ରଖିବା ସହ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ଓ ବିଭିନ୍ନ ଖେଳରେ ସକ୍ରିୟ ଭାବେ ଭାଗ ନେବାକୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଆତ୍ମବିଶ୍ୱାସ, ଏକତା ଓ ସୁସ୍ଥ ପ୍ରତିଯୋଗିତା ମନୋଭାବ ବିକାଶରେ ସହାୟକ ହୋଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ସଂଯୋଜନା ଶ୍ରୀ ଜଳଦେବ ବେରିହା କରିଥିବା ବେଳେ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ସାନ୍ତା ସାମତା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶେଷରେ ନରେନ୍ଦ୍ର କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ