Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ରେ ଅନ୍ତଃ ଶ୍ରେଣୀ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୀରମହାରାଜପୁର : ଗତ ଚାରିଦିନ ଧରି ଚାଲିଥିବା ବୀରମହାରାଜପୁର ମହାବିଦ୍ୟାଳୟର ଅନ୍ତଃ ଶ୍ରେଣୀ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି I ଶନିବାର ଏ ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଲୁହା ଏବଂ ଲୋକସଭା ସଦସ୍ୟଙ୍କ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଅତିଥି ଭାବରେ ଯୋଗଦେଇ ବିଭିନ୍ନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ I କ୍ରୀଡା ଅଧିକାରୀ ତଥା ଶିକ୍ଷା ବିଭାଗର ଅଧ୍ୟାପକ ବିଜୟ କୁମାର ପଧାନ ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ I
ଗତ 25 ତାରିଖ ଦିନ ଏହି ଟୁର୍ଣାମେଣ୍ଟ ଇଂରାଜୀ ବିଭାଗର ଅଧ୍ୟାପକ ବିଜୟ କୁମାର ପୁରୋହିତ ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶିବ କୁମାର ପୁରୋହିତ ମିଳିତ ଭାବରେ ଉଦଘାଟନ କରିଥିଲେ I ମ୍ୟାଚର ତୃତୀୟ ଦିନରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଟୁର୍ନାମେଣ୍ଟର ଯୁକ୍ତ ତିନି ବିଭାଗରେ ସମୁଦାୟ ଛଅଟି ଦଳ ଭାଗ ନେଇଥିଲେ I ଏଥିରେ ଉମାଶଙ୍କରଙ୍କ ନେତୃତ୍ୱରେ ଓଡିଶା ବିଭାଗ ବିଜୟୀ ହୋଇଥିବାବେଳେ ଅଭିଷେକଙ୍କ ନେତୃତ୍ୱରେ ଅର୍ଥନୀତି ବିଭାଗ ରନର୍ସ ଅପ ହୋଇଥିଲେ I ମ୍ୟାନ ଅଫ ଦି ମ୍ୟାଚ ଭାବରେ ରୋଶନ ଭୁକ୍ତାଙ୍କୁ ଏବଂ ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ଭାବରେ ଉତ୍ତମଙ୍କୁ ଘୋଷଣା କରାଯାଇଥିଲା I ସେହିପରି ଯୁକ୍ତ ଦୁଇ ବିଭାଗରେ ଦ୍ଵିତୀୟ ବର୍ଷ କଳା,’ଏ ‘ ସେକ୍ସନ ବିଜୟୀ ହୋଇଥିବାବେଳେ ପ୍ରଥମ ବର୍ଷ, କଳା ବିଭାଗ ରନର୍ସ ଅପ ହୋଇଥିଲା I ଏହି ବିଭାଗରେ ବିକ୍ରମଙ୍କୁ ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ଏବଂ ଶ୍ରୀତମଙ୍କୁ ଶ୍ରେଷ୍ଠ ବଳର ଭାବରେ ଘୋଷଣା କରାଯାଇଥିଲା I ଏଥିରେ ସମୁଦାୟ ଚାରୋଟି ଦଳ ଭାଗ ନେଇଥିଲେ I ସଙ୍ଗମଙ୍କୁ ଏହି ଅବସରରେ ଶ୍ରେଷ୍ଠ ସ୍ବେଛାସେବୀ ଭାବରେ ପୁରସ୍କୃତ କରାଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ