Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଆଞ୍ଚଳିକ ଡିଗ୍ରୀ କଲେଜ ରେ ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ରେ ପରିଚାଳନା କମିଟି ଏବଂ କର୍ମଚାରୀଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ସୟଦ ତସିଫୁର ରେହେମାନଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ବୈଠକରେ ପରିଚାଳନା କମିଟି ଉପସଭାପତି ନନ୍ଦିକିଶୋର ମିଶ୍ର ସଭାପତିତ୍ୱ କରିଥିଲେ l ବୈଠକରେ ମହାବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଅଶୋକ ଦାସ, ସଭ୍ୟ ଅଜିତ ସାହୁ, ଶେଷଦେବ ବାରିକ, ରାଜେଶ କୁମାର ସେଠି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି କ୍ରମରେ ମହାବିଦ୍ୟାଳୟରେ ଆସନ୍ତା 9,10,11 ତିନିଦିନ ଧରି ହେବାକୁ ଯାଉଥିବା ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଶିବିରର ସୁପରିଚାଳନା ଏବଂ ସଫଳ, ମହାବିଦ୍ୟାଳୟ ପାଇଁ ଆବଶ୍ୟକ ଥିବା ଲାଇବ୍ରେରୀ, ପରିମଳ ବ୍ୟବସ୍ଥା , ଆବଶ୍ୟକ ଥିବା ଆଶାବାବପତ୍ର କିଣା, ଛାତ୍ରଛାତ୍ରୀଙ୍କ ସଠିକ ପାଠପଢା, କର୍ମକର୍ତ୍ତାଙ୍କ ସମୟାନୁ ବର୍ତ୍ତିତା, ମହାବିଦ୍ୟାଳୟର ଉତ୍ତମ ଫଳାଫଳ ଓ କର୍ମକର୍ତ୍ତାଙ୍କ ଦରମା ବୃଦ୍ଧି ଉପରେ ସବିଶେଷ ଆଲୋଚନା ହୋଇଥିଲା l ବୈଠକରେ ସଂସ୍କୃତ ବିଭାଗ ଅଧ୍ୟାପକଙ୍କୁ ଛାଡିଦେଲେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ତେବେ ବୈଠକରେ କମିଟି ସଦସ୍ୟ ମାନେ ସର୍ବପରି ଉତ୍ତମ ପାଠପଢା ଉପରେ ଗୁରୁତ୍ୱ ଆରୋପ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ