Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଜନତୈଲl ନିକଟସ୍ଥ ମସିଣା ପାଲି ଜଙ୍ଗଲ ରୁ ଦନ୍ତାହାତୀ ର ମୃତ ଦେହ ଉଦ୍ଧାର କରିଛି ବନବିଭାଗ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଦୁର୍ଜନତୈଲା ପଞ୍ଚାୟତ ମସନାପାଲି ଜଙ୍ଗଲ ନିକଟସ୍ଥ ବରଘାଟ ଦାଦର ଠାରେ ଏକ ଦନ୍ତା ହାତୀର ମୃତଦେହ ବନ ବିଭାଗ ଦ୍ଵାରା ଉଦ୍ଧାର ହୋଇଛି । ମୃତ ହାତୀର ବୟସ ପ୍ରାୟ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ସୋମବାର ସକାଳ ବେଳା ସ୍ଥାନୀୟ ଲୋକେ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଡିଏଫଓ ମଦନଲାଲ ଶର୍ମା, ଏସିଏଫ୍ ଅବିନାଶ ବରିହା ତଥା ବିଭାଗୀୟ ଫରେଷ୍ଟର ଶଙ୍କର ପ୍ରସାଦ ବାଘ ଓ ଏଡିସନାଲ ରେଞ୍ଜର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା ତଦନ୍ତ କରୁଥିବା ଜଣାପଡ଼ିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଦନ୍ତା ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଲକ୍ଷ୍ୟ କଲେ ଅଳ୍ପ କିଛି ଦୂରରେ ପ୍ରାୟ ୧୧ କେ.ଭି. ବିଦ୍ୟୁତ୍ ତାର ଯାଇଥିବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଏକ ୫ ରୁ ୭ ଟିକିଆ ହାତୀପଲ ଘୁରି ବୁଲୁଥିବା ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ଜଣାପଡ଼ିଛି । ବନ ବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବାର ବ୍ୟବସ୍ଥା ଥିବାବେଳେ ଏହି ଅଘଟଣ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ମଙ୍ଗଳବାର ଦନ୍ତା ହାତୀର ଶବ ବ୍ୟବଚ୍ଛେଦ ହେବା ପରେ ତାର ମୃତ୍ୟୁର କାରଣ ସ୍ପଷ୍ଟ ହେବାର ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ