ସୁବର୍ଣ୍ଣପୁର ଜିଲ୍ଲା ଉର୍ଲେ ଗ୍ରାମରେ ବଜ୍ରପାତ ଯୋଗୁଁ ଚାଷ ଜମିରେ ନିଆଁ ଲାଗି ଜଳିଗଲା ଧାନଫସଲ ା


ସୁବର୍ଣ୍ଣପୁର-ବଜ୍ରାଘାତରୁ ଲାଗିଲା ନିଆଁ ଜଳିଗଲା ଚାଷ ଜମି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଊର୍ଲେ ଗାଁରେ ଚାଷ ଜମିରେ ନିଆଁ ଲାଗି ଧାନଫସଲ ଜଳି ପାଉଁସ ହୋଇଯାଇଛି । ଗତକାଲି ରାତି ପ୍ରାୟ ୮ଟା ସମୟରେ ହୋଇଥିବା କାଳବୈଶାଖି ପ୍ରଭାବରେ ବଜ୍ରାଘାତ ହୋଇଥିବାବେଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ମୁଲ୍ୟର ପାଚିଲା ଧାନ ନଷ୍ଟ ହୋଇଥିବା ଜଣା ପଡିଛି । ନିଆଁ ପ୍ରକୋପ ଅଧିକ ଥିବାରୁ ଲିଭାଇବାରେ ସମସ୍ୟା ଦେଖାଦେଇଥିବା ଜଣା ପଡିଛି । ବିନିକା ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଜମିଭିତରକୁ ଗାଡିଜିବାପାଇଁ ରାସ୍ତା ନଥିବାରୁ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇ ନଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି । ନିଆଁ ଲାଗି ୪ ଜଣ ଚାଷୀଙ୍କ ପ୍ରାୟ ସାଢେ଼ ତିନି ଏକର ଧାନ ଚାଷ ନଷ୍ଟ ହୋଇଥିବା ଜଣାପଡିଛି।