Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ ଭୟାବହ ପରିସ୍ଥିତି! ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମୃତ୍ୟୁକୁ ନେଇ ବିବାଦରେ ସରକାର, ରାଜଧାନୀରେ କର୍ଫ୍ୟୁ

ନୂଆଦିଲ୍ଲୀ,୨|୧୨: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ କମିବାର ନାଁ ଧରୁନି | ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି | ଇମ୍ରାନ ଖାନ ଏବେ କେଉଁଠି ଓ କିପରି ଅଛନ୍ତି…? ଏଭଳି ଅନେକ ପ୍ରଶ୍ନ ପାକିସ୍ତାନର ବର୍ତ୍ତମାନର ସରକାରଙ୍କୁ ସନ୍ଦେହ ଘେରକୁ ଆଣିଛି ! ଇମ୍ରାନଙ୍କ ସ୍ଥିତି ନେଇ ତାଙ୍କ ପରିବାର ଏବେ ସନ୍ଦେହରେ ଅଛନ୍ତି। ଇମ୍ରାନ ସତରେ ବଞ୍ଚିଛନ୍ତି ନା ନାହିଁ, ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଇମ୍ରାନଙ୍କ ଦଳ ପିଟିଆଇର କର୍ମୀମାନେ ମଧ୍ୟ ନିଜ ମୁଖିଆଙ୍କୁ ଦେଖିପାରୁ ନଥିବାରୁ, ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି । ଇମ୍ରାନଙ୍କୁ ଭେଟିବାକୁ ସରକାର ଅନୁମତି ଦେଉନଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ଘନିଭୂତ ହେଉଛି ।

ଅନ୍ୟପଟେ ଆଫଗାନିସ୍ତାନ ଯେବେଠାରୁ ଇମ୍ରାନ ଖାନ୍‌ଙ୍କ ହତ୍ୟା ନେଇ ଦାବି କରି ଆସୁଛି, ସେବେଠାରୁ ପାକିସ୍ତାନରେ ରାଜନୈତିକ ଉତ୍ତେଜନା ତୀବ୍ର ହେବାରେ ଲାଗିଛି | ଏହି ଉତ୍ତେଜନା ଏବେ ଧିରେ ଧିରେ ଉଗ୍ରରୂପ ନେବାକୁ ଲାଗିଲାଣି । ଇମ୍ରାନଙ୍କ ଦଳ ପିଟିଆଇ ସଂସଦୀୟ କମିଟି କହିଛି, ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଆମେ ଆମ ଦଳର ମୁଖିଆଙ୍କୁ ସାକ୍ଷାତ କରି ପାରୁନାହୁଁ । ପାକିସ୍ତାନ ସରକାର ଆମକୁ ଭେଟିବାକୁ ଦେଉ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଦଳ ପକ୍ଷରୁ ରାଓଲପିଣ୍ଡି ସ୍ଥିତ ସେଣ୍ଟ୍ରାଲ ଜେଲ୍‌ ସମ୍ମୁଖରେ ଧାରଣା ଦିଆଯିବ । ଏହାସହ ଇସଲାମାବାଦ ହାଇକୋର୍ଟ ନିକଟରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯିବ ।

ପିଟିଆଇର ଏଭଳି ଚେତାବନୀ ପରେ ସାରା ଦେଶରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ଦୁଇଟି ବଡ଼ ସହରରେ କର୍ଫ୍ୟୁ ଲଗାଇଛନ୍ତି ବର୍ତ୍ତମାନର ସରକାର ।

ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍‌ଲାମବାଦ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦୁଇ ମାସ ପାଇଁ ସହରରେ ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରଓଲପିଣ୍ଡିର ଡେପୁଟି କମିଶନର ଅନ୍ୟ ଏକ ଅଧିସୂଚନା ଅନୁସାରେ ସୋମବାରଠାରୁ ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଓଲପିଣ୍ଡିରେ ୩ ଡିସେମ୍ବର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ଅନ୍ୟପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି । କିନ୍ତୁ ଗତ କିଛି ସପ୍ତାହ ଧରି ଇମ୍ରାନଙ୍କୁ ନେଇ ହେଉଥିବା ଚର୍ଚ୍ଚା ତାଙ୍କ ପରିବାରକୁ ମଧ୍ୟ ଚିନ୍ତିତ କରିଛି। ଏବେ ପାକିସ୍ତାନର ଟିଭି ଚ୍ୟାନେଲଗୁଡ଼ିକ ତାଙ୍କ ନାମ କିମ୍ବା ଫଟୋ ଦେଖାଇ ପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଇଣ୍ଟରନେଟରେ ଇମ୍ରାନ ଖାନଙ୍କ କୌଣସି ଝଲକ ଦେଖିବାକୁ ମିଳିବ ନାହିଁ। ଏହି ସମୟରେ ତାଙ୍କ ପୁଅମାନେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ମନ୍ତବ୍ୟ ଦେଇଛନ୍ତି । ଲଣ୍ଡନରେ ରହୁଥିବା କାସିମ ଖାନ କହିଛନ୍ତି ଯେ, ସେ ତାଙ୍କ ବାପାଙ୍କୁ ଶେଷ ଥର ପାଇଁ ନଭେମ୍ବର ୨୦୨୨ରେ ଦେଖିଥିଲେ ।ଯେତେବେଳେ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା।

ପରିବାର ମଧ୍ୟ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକରୁ ସହାୟତା ଲୋଡୁଛି। ସେମାନେ ଦାବି କରୁଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ସାକ୍ଷାତ ଲାଗି ଅନୁମତି ଦିଆଯାଉ । ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଅନୁମତି ଦିଆଯାଉ ଏବଂ ଇମ୍ରାନ ଖାନଙ୍କ ଅବସ୍ଥା ବିଷୟରେ ଏକ ସରକାରୀ ଅପଡେଟ୍ ପ୍ରଦାନ କରାଯାଉ। ଇମ୍ରାନ ଖାନଙ୍କ ପୁଅ କାସିମ ଖାନ ରଏଟର୍ସଙ୍କୁ କହିଛନ୍ତି ଯେ, ଇମ୍ରାନ ଖାନଙ୍କୁ କେଉଁଠି ରଖା ଯାଇଛି ସେନେଇ ପରିବାରକୁ ତିନି ସପ୍ତାହ ଧରି କୌଣସି ପ୍ରମାଣ ମିଳିନାହିଁ । ବାପା ସୁରକ୍ଷିତ, ଆହତ କିମ୍ବା ଜୀବିତ ଅଛନ୍ତି କି ନାହିଁ ତାହା ନଜାଣିବା ଏକ ପ୍ରକାର ମାନସିକ ନିର୍ଯାତନା ବୋଲି ସେ କହିଛନ୍ତି ।

ତେବେ କିଛିଦିନ ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜୀବିତ ଅଛନ୍ତି ଏବଂ ଜେଲରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ପାକିସ୍ତାନର ଆଦିୟାଲ୍ ଜେଲ ପ୍ରଶାସନରେ ଦାୟିତ୍ୱରେ ଥିବା ଅଧିକାରୀ ବୟାନ ଜାରି କରି କହିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ