Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରି ଚକିଆ ଗାଡ଼ିରେ କଳାକାଚ ଲଗେଇଛନ୍ତି କି? ହୋଇ ଯାଆନ୍ତୁ ସତର୍କ! ଏପରି ଚେତାବନୀ ଦେଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର,୨|୧୨:ବଢ଼ୁଥିବା ଟ୍ରାଫିକ ସମସ୍ୟା ଏବଂ ଗାଡି ଦ୍ୱାରା ହେଉଥିବା ଅନେକ ଅପରାଧ ରୋକିବାକୁ ରାଜ୍ୟ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। କିଛି ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅପରାଧ ହେଉଥିବା ଅଭିଯୋଗ ଆସିବା ପରେ ସରକାର ଆସିଛନ୍ତି ଆକ୍ସନ ମୋଡ଼ରେ | ତେବେ କଳାକାଚ ଲାଗିଥିବା ସମସ୍ତ ଚାରିଚକିଆ ଗାଡ଼ିକୁ ଅଟକାଇ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହାପରେ ଟ୍ରାଫିକ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଜୋରଦାର ହେଉଛି ।

ଏନେଇ ବିଧାନସଭା ଅଧିବେଶନ ସମୟରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ, ଜାନୁଆନୀ ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ୨୧୪ ଟି କଳାକାଚ ଲାଗିଥିବା ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ଇ-ଚାଲାଣ କଟାଯାଇଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ୧୬୨ ଟି ଗାଡି ରହିଛି। ୨୦ ଟି ଗାଡ଼ି ମାଲିକଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ବାକି ଅବଶିଷ୍ଟ ୧୯୪ ଟି ଗାଡ଼ି ମାଲିକଙ୍କ ବିରୋଧରେ ପ୍ରଶିକ୍ୟୁସନ ରିପୋର୍ଟ ମାଜିଷ୍ଟ୍ରେଟଙ୍କ ନିକଟରେ ବିଚାରଧୀନ ଭାବେ ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ