Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ନିଷେଧ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ନିଷେଧ। ଏ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏକ ଚିଠି ମାଧ୍ୟମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ଏସପି ମାନଙ୍କୁ ଶୈବ ପୀଠଗୁଡିକରେ ଗଞ୍ଜେଇ ବ୍ୟବହାର ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଅବୈଧ ଭାବେ ବଢୁଥିବା ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। 

ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର ଅଧିକ ହେଉଛି ତେଣୁ ଏହି ସବୁପୀଠ ଗୁଡ଼ିକରେ ଗଞ୍ଜେଇ ନିଷେଧ ପାଇଁ ନିର୍ଦ୍ଦେଶ ଦେଇଛି ସଂସ୍କୃତି ବିଭାଗ। ଗଞ୍ଜେଇ ବ୍ୟବହାର ରୋକିବାକୁ ଯଥା ସମ୍ଭବ ଆବଶ୍ୟକ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗ ନିର୍ଦ୍ଦେଶ ଦେଇଛି।

ଏ ସମ୍ପର୍କରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ପରିଚାଳକ ନିଜ ମତ ରଖି କହିଛନ୍ତି ଯେ, ଶ୍ରୀମନ୍ଦିରରେ କେବେ ବି ଗଞ୍ଜେଇ ଅର୍ପଣ କରାଯାଏ ନାହିଁ। ମୁଁ ଓଡ଼ିଶାରେ ଅନେକ ଶିବ ମନ୍ଦିରକୁ ଯାଇଥିଲି, କିନ୍ତୁ ଗଞ୍ଜେଇ କେଉଁଠି ବି ଅର୍ପଣ କରାଯାଏ ନାହିଁ। ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ