Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ନିଆଁକୁ ରୋକିବ ଏଆଇ, ଶିକାରୀ ଏବଂ ନିଆଁକୁ ଟ୍ରାକି॰ କରିବ ଜିପିଏସ ସିଷ୍ଟମ

ଭୁବନେଶ୍ବର,୩।୧୨: ଜଙ୍ଗଲରେ ନିଆଁର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି | ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲର ଅତ୍ୟଧିକ ଗଛ ଏବଂ ପଶୁ ପକ୍ଷୀ ମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଏ | ଏଥିପାଇଁ ନିଆଯାଇଛି ନୂଆ ପଦକ୍ଷେପ | ଏବେ ଜଙ୍ଗଲ ନିଆଁକୁ ରୋକିବ ଏଆଇ | ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇ କହିଛନ୍ତି। ମନ୍ତ୍ରୀ କହିଛନ୍ତିଯେ, ଜଙ୍ଗଲ ନିଆଁକୁ ଜିପିଏସ ଦ୍ୱାରା ଟ୍ରାକି॰ କରାଯାଉଛି |

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ସ୍ଥାନରେ ଆଦିବାସୀ ମାନେ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ମକର ପରେ ପରେ ନିଜ ମାଟିର ଉର୍ବରତା ବଢାଇବା ପାଇଁ ସେମାନେ ଜଙ୍ଗଲ ପୋଡ଼ିଥାନ୍ତି । ଏବେ ଜିପିଏସ ସିଷ୍ଟମ ଦ୍ୱାରା ନିଆଁକୁ ଟ୍ରାକି॰ କରାଯାଉଛି । ଆଧୁନିକ ଜ୍ଞାନ କୌଶଳ ଏଆଇର ବ୍ୟବହାର ଦ୍ୱାରା ଜଙ୍ଗଲ ନିଆଁକୁ ଏବଂ ଶିକାରୀଙ୍କୁ ମଧ୍ୟ ରୋକାଯାଇ ପାରୁଛି । ତେବେ ଏହା ଦ୍ୱାରା ଜୀବଜନ୍ତୁଙ୍କ ମୃତ୍ୟୁ ହାର କମିଛି, ଘଞ୍ଚ ଜଙ୍ଗଲରେ ନିଆଁ ଲାଗିବାର ମାତ୍ରା କମିଛି ବୋଲି ମନ୍ତ୍ରୀ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ