Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁବୁଢିମା ମନ୍ଦିର ପ୍ରତିଷ୍ଠା ପାଇଁ ଢେରାପଡା ଚଳଚଞ୍ଚଳ; ଯଜ୍ଞମଣ୍ଡପ ରେ ଆବାହନ ହେଲେ ସର୍ବ ଦେବାଦେବୀ

ସୁବର୍ଣ୍ଣପୁର: ପଣ୍ଡିତ ଙ୍କ ମନ୍ତ୍ର ଧ୍ୱନି ରେ ଭାବଗମ୍ଭୀର ହୋଇଉଠିଛି ଢେରାପଡା ସ୍ଥିତ ସମଗ୍ର ପରିବେଶ।ଗତକାଲି କଳସାଧିବାସ ପରେ ମଣ୍ଡଳପୂଜନ କ୍ରମରେ ଗୌରୀ ତିଳକ ମଣ୍ଡଳ,ବାସ୍ତୁ ମଣ୍ଡଳ,କ୍ଷେତ୍ରପାଳ ମଣ୍ଡଳ, ନବଗ୍ରହ ମଣ୍ଡଳ, ବିଷ୍ଣୁ ସର୍ବତୋଭଦ୍ର ମଣ୍ଡଳ, ଦୁର୍ଗା ସର୍ବତୋ ଭଦ୍ର ମଣ୍ଡଳ,ଏକଲିଙ୍ଗ ଭଦ୍ର ମଣ୍ଡଳ ଓ ଯୋଗିନୀ ମଣ୍ଡଳ ରେ ବିଭିନ୍ନ ପୂଜାହେବାସହ ଆଜି ସକାଳୁ ସୂର୍ଯ୍ୟ ପୂଜା, ଗ୍ରହପୂଜା , ଗୋ ପୂଜା,ଗୁରୁ ପୂଜନ,ସର୍ବ ଦେବାଦେବୀ ପୂଜନ, ଅଗ୍ନି ସ୍ଥାପନମ୍ ପରେ ଆରତୀ ପୁଷ୍ପାଞ୍ଜଳି କରାଯାଇଛି। ଯଜ୍ଞ ମଣ୍ଡପରେ ମୁଖ୍ୟ ଆଚାର୍ଯ୍ୟ ଭାବରେ ରାଧେଶ୍ୟାମ ପୁରୋହିତ, ବ୍ରହ୍ମା ଶିବନାରାୟଣ ପୂଜାରୀ ଓ ଜାପକ ଭାବରେ ରାମାନୁଜ, ଗଣେଶ ଓ ଆନନ୍ଦ କର୍ମ ତୂଳାଉଥିବା ବେଳେ କର୍ତ୍ତାଭାବରେ ବି. ଗୌରୀ ଶଙ୍କର ଓ ତାଙ୍କ ଧର୍ମପତ୍ନୀ ସରସ୍ୱତୀ ଦେବୀ ନ୍ୟସ୍ତ ଅଛନ୍ତି ଗୋବିନ୍ଦ, ଦୟାନିଧି, ନାରାୟଣ ସିମାଞ୍ଚଳ ଓ ରାମକୁମାର ପାତ୍ର ପ୍ରମୁଖ ସମସ୍ତ କାମରେ ସହାୟତା କରିଛନ୍ତି। ବୁଢିମା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ବେଳେ ଉକ୍ତ ଦିନ ପୂର୍ଣ୍ଣାହୂତି ସହ ବୁଢିମା ଠାକୁରାଣୀ ଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି।