Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଭିଜନ୍ ସ୍ତରରେ ୫୮ ଟି ଶୀତଳଭଣ୍ଡାରର ନିର୍ମାଣ ହେବ; ୨୫୨ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ବର,୩|୧୨: ବିଧାନସଭାର ଶୀତ ଅଧିବେଶନରେ ଉଠିଛି ଶୀତଳ ଭଣ୍ଡାରର କଥା । ରାଜ୍ୟରେ ଶୀତଳଭଣ୍ଡାର ଗୁଡିକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଏହା ମଧ୍ୟରୁ ୩୩ଟି ବେସରକାରୀ ଥିବାବେଳେ ୨ଟି ସରକାରୀ ଶୀତଳ ଭଣ୍ଡାର ରହିଛି। ତେବେ ଏହାର କ୍ଷମତା ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ୍ ରହିଛି |

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨୬ଟି ଶୀତଳଭଣ୍ଡାରର ନିର୍ମାଣ ହୋଇଛି। ଯାହା ଭିତରୁ ୨୨ଟି କାର୍ଯ୍ୟକ୍ଷମ ଥିଲାବେଳେ ଆଉ ୪ଟି ଅଚଳ ଅବସ୍ଥାରେ ରହିଛି । ରାଜ୍ୟରେ ମୋଟ ୧୩୩ଟି ଶୀତଳ ଭଣ୍ଡାର ରହିଥିବା ବେଳେ ସେଥିରୁ ୯୮ଟି କାର୍ଯ୍ୟକ୍ଷମ ହେଉନାହିଁ। ତା ଭିତରୁ ୨୦ଟି ସରକାରୀ ଓ ୮୮ ଟି ବେସରକାରୀ ଶୀତଳଭଣ୍ଡାର ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଏ ବିଷୟ ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ନୂଆ ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ପାଇଁ ସରକାର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ଯଦି ଏହି ସବୁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥାନ୍ତା ଆଳୁର ଅଭାବ ଦେଖିବାକୁ ମିଳିନଥାନ୍ତା। ସବ୍ ଡିଭିଜନ୍ ସ୍ତରରେ ୫୮ ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୫୨ କୋଟି ଟଙ୍କା ମଂଜୁର କରାଯାଇଛି। ଆଗକୁ ବ୍ଲକ ସ୍ତରରେ ନିର୍ମାଣ ପାଇଁ ଯୋଜନା ରହିଛି।

ତେବେ ବର୍ତ୍ତମାନ ସୁଦ୍ଧା ୧୫ ଟି ନୂଆ ଶୀତଳ ଭଣ୍ଡାର ପାଇଁ ଦରଖାସ୍ତ ପହଞ୍ଚିଛି। ୨ଟି ଅଚଳ ହୋଇପଡ଼ିଥିବା ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ମଧ୍ୟ ଦରଖାସ୍ତ ପହଞ୍ଚିଥିବା ସୂଚନା ରହିଛି | ଯେଉଁଥିରୁ ୫ଟିକୁ ସରକାର ଅନୁମୋଦନ ଦେଇଛନ୍ତି। ସରକାର ସବସିଡି ଦେବା ସହ ବିଦ୍ୟୁତ ଶୁଳ୍କ ରିହାତି ପାଇଁ ବି ବ୍ୟବସ୍ଥା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୨୩୯ ଟି ସୋଲାର କୋଲ୍ଡ ରୁମ ଖୋଲାଯାଇଛି ବୋଲି ଗୃହରେ ଅଧିବେଶନ ଚାଲିଥିବା ସମୟରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ