ମେଣ୍ଡା ମାଳ ଗ୍ରାମର ସରକାରୀ ଓ ଗୋଚର ଜମି ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ତହସିଲ ଘେରାଉ
ବିରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ତହସିଲ ଅନ୍ତର୍ଗତ ମେଣ୍ଡାମାଲ ଗ୍ରାମର ସରକାରୀ ଓ ଗୋଚର୍ ଜମି , ପତ୍ରl ଜଙ୍ଗଲ ଜମି କୁ କିଛି ବାହାର ଗାଆଁର ଓ ଅସାମାଜିକ ଲୋକ ବେଆଇନ୍ ଭାବେ ଯୋରଜବରଦସ୍ତ ଦଖଲ କରିଥିବାରୁ ଗାଆଁ ଲୋକେ ଯା ଆସ କରିବାରେ ଅସୁବିଧାର ସମ୍ମଖୀନହେଉଥିବା ଅଭିଯୋଗ କରିଛନ୍ତି l ଏହି ଜବରଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ମଙ୍ଗଳବାର ଗାଆଁ ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଲୋକ ତହସିଲ ଅଫିସ ଘେରାଉ କରିବା ସହ ବିଭିନ୍ନ ସ୍ଲୋଗାନ ଓ ନlରା ବାଜି ଦେଇ ଥିଲେ l ସେମାନଙ୍କ ଅଭିଯୋଗ ଏହି ଯେ ମେଣ୍ଡlମାଲ ମୌଜା ଗ୍ରାମର ସରକାରୀ ସ୍କୁଲ ପାଖ ଗୋଚର୍ ଜମି ରେ କିଛି ଅସାମାଜିକ ଲୋକ ଜବରଦଖଲ କରିଥିବାରୁ ଗାଆଁ ର ଗୋରୁ ଗାଈ, ଖାଦ୍ୟପାଇଁ ଚରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଗାଈ ଗୋରୁଙ୍କ ଖାଦ୍ୟର ଘୋର ଅଭାବ ଦେଖା ଦେଇଛି l ତେଣୁ ଗାଆଁ ର ଗୋଚର ଜମି କୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ଏକଜୁଟ ହୋଇ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ କୁ ଆସି ଅତିରିକ୍ତ ତହସିଲଦlର ଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଏକ ମାସ ଭିତରେ ଜବରଦଖଲ ଉଚ୍ଛେଦ ନ କଲେ ଆଗମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଳି କହିଥିଲେ l ଫଳରେ ଅତିରିକ୍ତ ତହସିଲଦାର ତଦନ୍ତ କରାଯିବ, ଯଦି ବେଆଇନ୍ ଭାବେ କେହି ଗୋଚର ଜମି, ପତ୍ରା ଜଙ୍ଗଲ, ଜବରଦଖଲ କରିଥିବେ ତାହେଲେ ସରକାରଙ୍କ ନିୟମ ଅନୁଯାୟୀ ଉଛେଦ୍ କରାଯିବ ବୋଲି ପ୍ରତଶ୍ରୁତି ପରେ ଆନ୍ଦୋଳନ କlରିମାନେ ତହସିଲ ଘେରାଉ ରୁ ବିରତ ରହିଥିବା ଦେଖିବାକୁ ମିଳିଥିଲା l ବାକି ଦେଖିବାକୁ ରହିଲା କେଉଁଦିନ ତହସିଲ ପ୍ରଶାସନ ତରଫରୁ ଜବରଦଖଲ କାରୀ ଙ୍କୁ ଉଚ୍ଛେଦ କରାଯାଉଛି l

