ଅମର ପାଲି ହାଇ ସ୍କୁଲ ରେ ରେଡକ୍ରସ ପରାମର୍ଶ ଦାତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଉଚ୍ଚ ବିଦ୍ୟାଳୟଠାରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ I ଉଦଘାଟନୀ ଉତ୍ସବରେ ପରିଚାଳନା କମିଟି ସଭାପତି ଅଶୋକ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ପରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବି୍ରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବରେ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ, ହିଙ୍ଗିମା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପାଢ଼ୀ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଡମ୍ବରୁଧର ସାହୁ, ସାମ୍ବାଦିକ ପିତାମ୍ବର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ ସେବା ବନ୍ଧୁତାର ବାର୍ତ୍ତା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଜୁନିଅର ରେଡ଼କ୍ରସ ଅଫିସର ଶ୍ରୀଯୁକ୍ତ ରବିଚନ୍ଦ୍ର ପଶାୟତ ପ୍ରଶିକ୍ଷଣ ଶିବିରକୁ ମାର୍ଗଦର୍ଶନ କରିଥବା ବେଳେ ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସାଧନକର୍ମୀ ହୃଷିକେଶ ଚାନ୍ଦ ସଭା ପରିଚାଳନା କରଥିବାବେଳେ ବିସିସି ବୈକୁଣ୍ଠ ନାୟକ ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ ଓ ବିସିସି ବିଶ୍ୱନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଧନକର୍ମୀ ଚନ୍ଦ୍ରଶେଖର ମହାପାତ୍ର, ବଳରାମ ପୁରୋହିତ, ଜଗଦୀଶ ଦାଶ ଓ ଅମରପାଲି ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଏହି ଅବସରରେ ଗ୍ରାମରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା l ସ୍ୱତନ୍ତ୍ର ଅତିଥି ଭାବରେ ବରିଷ୍ଟ ସାଧନ କର୍ମୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଝସକେତନ ମେହେର ରେଡକ୍ରସର ଇତିହାସ ଓ ଭୂମିକା ବିଷୟରେ ଆଲୋଚନା କରିଥିଲେ । ସାଧନକର୍ମୀ ଚନ୍ଦ୍ରଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ସୋନପୁର ବ୍ଲକର ୨୬ ଟି ବିଦ୍ୟାଳୟରୁ ସମସ୍ତ ରେଡ଼କ୍ରସ କାଉନସିଲର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ସାଧନକର୍ମୀମାନେ ରେଡ଼କ୍ରସ ଅଭିଯାନ, ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I

