ଯୁବକଙ୍କ ହତ୍ୟା ପଛରେ ମାଓବାଦୀଙ୍କ ସମ୍ପୃକ୍ତି!
ଦଶପଲ୍ଲା,୩|୧୨: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ପ୍ରାୟ ୨୦୦ମିଟର ଦୂରରେ କ୍ଷତାକ୍ତ ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏବଂ ମୃତଦେହ ପାଖରେ ଏକ ହ୍ୟାଣ୍ଡ ବ୍ୟାଗ୍, ହେଲମେଟ ଓ ବାଇକ୍ ରହିଛି ବୋଲି ସୂଚନା ରହିଛି |
ଯୁବକଙ୍କ ମୃତଦେହଟି ମୁହଁ ତଳକୁ କରି ପଡ଼ିରହିଛି । ସୂଚନା ପାଇ ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଗତ କିଛି ଦିନ ଧରି ଦଶପଲ୍ଲା ଅଞ୍ଚଳର ଚଢ଼େୟାପଲି ଜଙ୍ଗଲରେ ମାଓବାଦୀ ଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ଯୁବକଙ୍କ ହତ୍ୟା ପଛରେ ମାଓବାଦୀ ସମ୍ପୃକ୍ତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

