ସୁବଳୟା ହାଇ ସ୍କୁଲ ରେ ପ୍ରତୀକ ବିଧାନସଭା ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିଏମ ଶ୍ରୀ ସୁବଳୟା ଉଚ୍ଚ ବିଦ୍ୟାଳୟରେ ପ୍ରତୀକ ବିଧାନସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଧାୟକ, ବିଧାୟିକା, ବିଭିନ୍ନ ବିଭାଗ ର ମନ୍ତ୍ରୀ, ବାଚସ୍ପତି ଭୂମିକାରେ ଅଭିନୟ କରିଥିଲେ l ବିଧାୟକମାନେ ନିଜନିଜ ଅଞ୍ଚଳର ସମସ୍ୟା ତଥା ଦାବି ଉପସ୍ଥାପନା କରିଥିବାବେଳେ ମନ୍ତ୍ରୀମାନେ ଯଥାର୍ଥ ଉତ୍ତର ପ୍ରଦାନ କରିଥିଲେ l ବାଚସ୍ପତି ଉଭୟ ସରକାର ଓ ବିରୋଧୀଦଳକୁ ନିୟନ୍ତ୍ରଣ କରି ଗୃହରେ ଶୃଙ୍ଖଳା ବଜାୟ ରଖିଥିଲେ l ଗୃହରେ ଅନେକ ବିଚାର ବିମର୍ଶ ପରେ ସର୍ବସମ୍ମତିକ୍ରମେ ଶିଶୁ ସୁରକ୍ଷା ଆଇନ ପାରିତ ହୋଇଥିଲା l ଏହି ଅବସରରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ଲୁହା ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କ ଉପସ୍ଥାପନା ଶୈଳୀକୁ ପ୍ରଂଶସା କରିଥିଲେ l ଏହି କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ l ଶେଷରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l

