Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାଗଜୁରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଂଚାୟତ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାଗଜୁରୀ ଠାରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧାଂଶୁ ମଲ୍ଲିକ ସଭାପତିତ୍ବ କରିଥିଲେ l ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ମସିଣାପାଳି ଆରୋଗ୍ୟ ମନ୍ଦିର ଉପ କେନ୍ଦ୍ର ର CHO ବିଭୁଦେନ୍ଦ୍ର ପ୍ରତାପ ବିଶ୍ୱାଳ ତମାଖୁ ସେବନ ର କୁ ପରିମାଣ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ I ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଜୁ ମଲ୍ଲିକ , କାବ୍ୟସିନି ସେଠି ଉପସ୍ଥିତ ଥିଲେ I ପରେ ଛାତ୍ରଛାତ୍ରୀ ମାନେ ଏକ ସଚେତନତା ରାଲି ସାଗଜୁରୀ ଗ୍ରାମ ପରିକ୍ରମା କରିଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ