Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ବିମାନ ବନ୍ଦରରେ ସୁପରଷ୍ଟାର ଅକ୍ଷୟ କୁମାର !

ଭୁବନେଶ୍ୱର;୪|୧୨: ଭୁବନେଶ୍ୱର ବିମାନ ବନ୍ଦରରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ଅକ୍ଷୟ କୁମାରଙ୍କୁ ଦେଖିବା ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଲାଗିଛି ଭିଡ।

ସୂଚନା ଅନୁଯାଇ, ରାଜସ୍ଥାନ ଯୋଧପୁରରୁ ଭିଏତନାମକୁ ଯାଇଥାନ୍ତେ ଅକ୍ଷୟ କୁମାର। ଆଉ ସ୍ପେଶାଲ କନେକ୍ଟିଂ ଫ୍ଲାଇଟ ଭୁବନେଶ୍ୱରରୁ ଥିଲା | ତେବେ ସେ ଭୁବନେଶ୍ୱର ବିମାନବନ୍ଦରରେ କିଛି ସମୟ ରହିଥିଲେ ଅକ୍ଷୟ କୁମାର । ପରେ ଭୁବନେଶ୍ୱରରୁ ଭିଏତନାମକୁ ସ୍ପେଶାଲ ଫ୍ଲାଇଟରେ ଉଡାଣ ଭରିଛନ୍ତି ଅକ୍ଷୟ । ଭୁବନେଶ୍ୱରରେ ଅକ୍ଷୟ କୁମାର ଥିବା ଜାଣିବା ପରେ ତାଙ୍କୁ ଦେଖିବାକୁ ହଜାର ହଜାର ପ୍ରଂଶସକଙ୍କ ଭିଡ଼ ଜମିଥିଲା । ଏଥିପାଇଁ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ