Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଢ଼ଶୂରଙ୍କ ଟାଙ୍ଗିଆ ଚୋଟରେ ଭାଇବୋହୁ ମୃତ

କେନ୍ଦୁଝର,୪|୧୨: କେନ୍ଦୁଝର ଜିଲା ଘଟଗାଁ ଅନ୍ତର୍ଗତ ବାଇଗଣପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି | ଭାଇବୋହୂକୁ ନୃସଂଶ ଭାବେ ହତ୍ୟା କରିଛି ଦେଢ଼ଶୂର | ହୃଷୀକେଶ ମହାକୁଡ଼ଙ୍କ ସ୍ତ୍ରୀ ନିରୂପମା ମହାକୁଡ଼ଙ୍କୁ ହାଣି ନିର୍ମମ ଭାବେ ହତ୍ୟାକାଣ୍ଡ ଘଟାଇଛି ଦେଢଶୁର |

ସୂଚନା ଅନୁସାରେ, ଏକ ପାରିବାରିକ କଳହକୁ ନେଇ ନିରୂପମାଙ୍କୁ ତାଙ୍କ ଦେଢ଼ଶୂର ଶୈଳ ମହାକୁଡ଼ ଟାଙ୍ଗିଆରେ ହାଣି ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ହସ୍ପିଟାଲରେ ଡାକ୍ତର ନିରୂପମାଙ୍କୁ ମୃତ​ ଘୋଷଣା କରିଥିଲେ। ଖବରପାଇ ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ଶୈଳଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ