ଅଚଣ୍ଡl – ମହୁଲ ପାଲି ରେ 55 ତମ ମା ମହାଲକ୍ଷ୍ମି ଙ୍କ ମାଣବସା ଗୁରୁବାର ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଂଚାୟତ ଅଚଣ୍ଡା ମହୁଲପାଳୀ ଠାରେ ୫୫ତମ ମହାଲକ୍ଷ୍ମୀ ଙ୍କ ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ସକାଳୁ ନିକଟସ୍ଥ ବନ୍ଧ ରୂ ପାଣି ଆଣି ପୂଜା ମଣ୍ଡପ ରେ କଳସ ସ୍ଥାପନ କରି ମହାଲଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଛି l ଏହି ପୂଜା ୩ ଦିନ ଧରି ହେବାକୁ ଥିବା ବେଳେ କାଲି ସକାଳୁ ଅଷ୍ଟପ୍ରହରୀ ନାମଯଜ୍ଞ ଓ ପରଦିନ ସୁନ୍ଦରକାଣ୍ଡ ପରାୟଣ ହେବ ବୋଲି ସୂଚନା ମିଳିଛି l ପୂଜକ ଭାବରେ ଭୀଷ୍ମ ପାଣିଗ୍ରାହୀ , କର୍ତା ଭାବରେ ମାଧବ ପଧାନ, କୈଳାସ ପଧାନ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି I ଗୋପବନ୍ଧୁ ପଧାନ , ପ୍ରହଲ୍ଲାଦ ଗାଈଗରିଆ , ବିଶ୍ଵମ୍ବର ପଧାନ, ଅର୍ଜୁନ ପଧାନ , ଇଶ୍ୱର ଗାଈଗରିଆ , ଆଶୁତୋଷ ପଧାନ , ପରମା ପଧାନ , ଭୁବନ ବଗର୍ତି , ରଞ୍ଜନ ପଧାନ , ଆନନ୍ଦ ପଧାନ, ନୀଳାଞ୍ଚଳ ଗାଈଗରିଆ , ମଣ୍ଟୁ ପଧାନ , ଶୁକଦେବ ପଧାନ , ଲବ ପ୍ରମୁଖ ଙ୍କ ସହିତ ଅଚଣ୍ଡା ଓ ମହୁଲପାଳି ର ଗ୍ରାମବାସୀ ସହଯୋଗ କରୁଛନ୍ତି l

