Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗୀତା ରେ ବୀରମହାରାଜପୁର କଲେଜ ର ଦୁଇ ଜଣ ଛାତ୍ରୀ ହାସଲ କଲେ ସ୍ଵର୍ଣ୍ଣ ପଦକ

ବୀରମହାରାଜପୁର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ତରଫରୁ ସୁନ୍ଦରଗଡ ଜ଼ିଲ୍ଲା ଯୋସଦା ବିଷ୍ଣୁ ଏନ. ଏମ. ପି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯୋଗିମାଲ ଆନୁକୂଲ୍ୟରେ ବୁଧବାର ଅନୁଷ୍ଠିତ ବାଳିକା ବିଭାଗ ବକ୍ସିଙ୍ଗ ପ୍ରତିଯୋଗିତାରେ ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୃତିତ୍ବ ହାସଲ କରିଛି I ଏହି ଅନୁଷ୍ଠାନର ଦୁଇ ଛାତ୍ରୀ , ପ୍ରତିମା ମହାନନ୍ଦ ଏବଂ ବିଷ୍ନୁପ୍ରିୟା ସିଂ ସ୍ବର୍ଣ୍ଣ ପଦକ ହାସଲ କରି ଜାତୀୟ ସ୍ତରକୁ ଯୋଗ୍ୟ ବିବେଚିତ ହୋଇଛନ୍ତି I ଏହା ସହିତ ଏହି ଅନୁଷ୍ଠାନ ଉକ୍ତ ବିଭାଗରେ ରାଜ୍ୟ ସ୍ତରରେ ଚାମ୍ପିଯାନ ହୋଇଛି I ଛାତ୍ରୀମାନଙ୍କ ଏହି କୃତିତ୍ୱ ପାଇଁ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ତତ୍ୱାବଧାରକ ନରେନ୍ଦ୍ର ଚାନ୍ଦ ଏବଂ ପ୍ରଶିକ୍ଷକ କୃତିବାସ ଶତପଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ