ଦୀର୍ଘ ୧୨ ଘଣ୍ଟା ପରେ ଭୁବନେଶ୍ବରରୁ ଉଡ଼ିଲା ଇଣ୍ଡିଗୋ ବିମାନ; ରିଫୁଏଲିଂ ପାଇଁ କାଲି ରାତିରେ ପହଞ୍ଚିଥିଲା
ଭୁବନେଶ୍ୱର,୫|୧୨: ଦୀର୍ଘ ୧୨ ଘଣ୍ଟା ପରେ ଭୁବନେଶ୍ବର ବିମାନବନ୍ଦରରୁ ଉଡ଼ିଲା ଇଣ୍ଡିଗୋ ବିମାନ। ରିଫୁଏଲିଂ ପାଇଁ କାଲି ରାତିରେ ପହଁଚିଥିବା ସୂଚନା। ଯାତ୍ରାରେ ବହୁ ବିଳମ୍ବ ହେବାରୁ ପାଇଁ ହୋହଲ୍ଲା କରିଥିଲେ ଯାତ୍ରୀ । ଘଟଣାକୁ ଶାନ୍ତ କରିବା ପାଇଁ ଡିସିପି ଓ କମିସନର ଏୟାରପୋର୍ଟରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ବୁଝାଇଥିଲେ। ତେବେ ସକାଳୁ ସକାଳୁ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ ବିମାନବନ୍ଦର କତୃପକ୍ଷ । ସେପଟେ ଦିଲ୍ଲୀରୁ ଆଜି ଇଣ୍ଡିଗୋର ସମସ୍ତ ଉଡ଼ାଣକୁ ବାତିଲ କରାଯାଇଛି। ଯାହାଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ହଜାର ହଜାର ବିମାନ ଯାତ୍ରୀଙ୍କ ଆଶାକୁ ଧୋକା ଦେଇଛି ଦେଶର ସବୁଠାରୁ ବଡ ବିମାନ ସେବା ଯୋଗାଉଥିବା ସଂସ୍ଥା | ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଆଜି ଏକକାଳୀନ ଶହ ଶହ ବିମାନ ବାତିଲ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, କେବଳ ଦିଲ୍ଲୀ ବିମାନବନ୍ଦରରୁ ଇଣ୍ଡିଗୋର ୨୩୫ଟି ବିମାନ ବାତିଲ କରାଯାଇଥିବା ବେଳେ ସାରା ଦେଶରେ ଏହି ସଂଖ୍ୟା ୪୦୦ ଅତିକ୍ରମ କରିଛି । ଏଭଳି ପରିସ୍ଥିତି ଯୋଗୁଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି ଏବଂ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

