ବୀରମହାରାଜପୁର ମହାବିଦ୍ୟାଳୟ ର ଛାତ୍ରୀ ନିହାରିକା କର୍ଣ୍ଣ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବରେ କୃତିତ୍ଵ
ବୀରମହାରାଜପୁର : ସୋନପୁର ଠାରେ ଅନୁଷ୍ଠିତ ହୋଇଥିବା ଜ଼ିଲ୍ଲା ସ୍ତରୀୟ ଯୁବ ମହାତ୍ସବରେ ବୀରମହାରାଜପୁର ମହାବିଦ୍ୟାଳୟର ଛାତ୍ରୀ ନିହାରିକା କର୍ଣ୍ଣ ଚିତ୍ରକଳା ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତିI ଏଥିପାଇଁ ତାଙ୍କୁ ପ୍ରମାଣ ପତ୍ର, ଟ୍ରଫି ସହିତ ଦୁଇ ହଜାର ଟଙ୍କାର ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା I ସେ ବର୍ତ୍ତମାନ ଯୁକ୍ତ ତିନି ତୃତୀୟ ବର୍ଷ କଳା ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି I ତାଙ୍କର କୃତିତ୍ୱ ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ନିହାରିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I

