Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ ତରଫରୁ ମହାନଦୀ ନେତ୍ର ଚିକିତ୍ସାଳୟ ଅଧିକ୍ଷକ ଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ର ଅଧିକ୍ଷକ ଙ୍କୁ ଶୁକ୍ରବାର ବରିଷ୍ଠ ନାଗରିକ ସଂଗଠନ ତରଫରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଏହି ଦାବିପତ୍ରରେ ଚକ୍ଷୁ ସଂପର୍କୀତ ଔଷଧ ଓ ଚଷମା ଉପରେ ୨୦% ରିହାତି ପ୍ରଦାନ, ବରିଷ୍ଠ ନାଗରିକ ମାନଙ୍କୁ ଚିକିତ୍ସା ତଥା ଅନ୍ୟାନ୍ୟ ସେବା କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ, ପରିମଳ ଓ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା , ଚିକିତ୍ସାଳୟର ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଆଦି ବିଷୟ ଉଲ୍ଲେଖ ରହିଛି । ବରିଷ୍ଠ ନାଗରିକ ସଂଗଠନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ବରେ ଅନୁଷ୍ଠାନ ର ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ, ପୂର୍ବତନ ସଭାପତି ଭଗବାନ ମିଶ୍ର ଓ କୃଷ୍ଣଚନ୍ଦ୍ର ପାଢ଼ୀ, ଉପ ସଭାପତି ସୌମିତ୍ରି ମେହେର , ବରିଷ୍ଠ ସଦସ୍ୟ ଧନୁ ପଧାନ, ଭୂଷଣ କୁମାର ପାତ୍ର , ଦk୍ବିତୀକୃଷ୍ଣ ପଣ୍ଡା, ବାସୁଦେବ ପଣ୍ଡl , ଗୋପୀନାଥ ମହାକୁର, ଅକ୍ଷୟ ମିଶ୍ର , ବଳରାମ କାଣ୍ଡ , ଜ୍ଞାନେନ୍ଦ୍ର ତ୍ରିପାଠୀ , ତ୍ରିନାଥ ମିଶ୍ର ,ଅକ୍ରୂର ଦନ୍ତା , ଚମରା ମହାକୁର, ଜୀତେନ୍ଦ୍ର ପଧାନ ,ସତ୍ୟ ନାରାୟଣ ନାୟକ, ଜମ୍ବେଶ୍ଵର ପଧାନ , ପ୍ରମୁଖ ସାମିଲ୍ ହୋଇଥିଲେ । ଏଇ ଉପଲକ୍ଷେ ଆୟୋଜିତ ସଭାରେ ଅଧିକ୍ଷକ ଦେବେନ୍ଦ୍ର କୁମାର ସାହୁ ଦାବିପତ୍ରକୁ ସମ୍ମାନ ଜଣାଇ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ନେତ୍ର ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ବିଭୁ ପ୍ରସାଦ ବଳିଆର ସିଂହ , କ୍ଲିନିକାଲ୍ ଷ୍ଟାଫ୍ ପ୍ରତ୍ୟୁଷ ରଞ୍ଜନ ଦାଶ , ଅମରେଶ ଦଣ୍ଡସେନା , ମନୋରଞ୍ଜନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ