32 ତମ ଅମର ପାଲି କ୍ରିକେଟ କପ୍ : ଉଲୁଣ୍ଡା କୁ ହରାଇ ବହଲପଦର ସେମି ଫାଇନାଲ୍ ରେ ପ୍ରବେଶ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ହେଉଥିବା ୩୨ତମ ଅମରପାଲି କ୍ରିକେଟ କପ୍ ର ଶୁକ୍ରବାର ଥିଲା ତୃତୀୟ ଦିବସ। ଶୁକ୍ରବାର ପ୍ରଥମ ମ୍ୟାଚ୍ ଟି ବହଳପଦର ଓ ରଶିବେଡ଼ା ମଧ୍ୟରେ ହୋଇଥିଲା । ଏଥିରେ ବହଳପଦର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୧୨୬ ରନ କରିଥିଲା। ଜବାବରେ ରଶିବେଡ଼ା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୭୨ ରନ କରି ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ରେ ବହଳପଦର ର ବିକାଶ ଛତ୍ରୀ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ୍ ଟି ଉଲୁଣ୍ଡା ଓ ଲୁତୁରପଙ୍କ ମଧ୍ୟରେ ହୋଇଥିଲା। ଏଥିରେ ଉଲୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହରାଇ ୧୧୫ ରନ କରିଥିଲା। ଜବାବରେ ଲୁତୁରପଙ୍କ ଦଳ ନିର୍ଦ୍ଧାରିତ ୮ ଓଭର ରେ ୩ ଉଇକେଟ ହରାଇ ୮୭ ରନ କରି ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ପାଇଁ ଉଲୁଣ୍ଡା ର ଅଭିଳାଷ ନାଏକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ବହଳପଦର ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଉଲୁଣ୍ଡା ମଧ୍ୟରେ ହୋଇଥିଲା। ଏଥିରେ ଉଲୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୯୩ ରନ କରିଥିଲା। ଜବାବରେ ବହଳପଦର ଦଳ ଆବଶ୍ୟକୀୟ ୯୪ ରନ କୁ ନିର୍ଦ୍ଧାରିତ ୧୦ ଓଭର ର ଶେଷ ବଲ ରେ ୮ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି , ସାଇ ଶିକ୍ଷା ନିକେତନ ର ସମ୍ପାଦକ ସରୋଜ କୁମାର ସାହୁ, ବିଶିଷ୍ଟ ବ୍ୟବସାୟୀ ଶ୍ୟାମ କୁମାର ସାହୁ ଓ ଅମରପାଲି ହାଇସ୍କୁଲର ଖେଳ ଶିକ୍ଷକ କହ୍ନେଇ ଚରଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ବହଳପଦର ର କୁନା ସାହୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡିକରେ ସୁରେଶ ବିଶି, ରଘୁବୀର ମିଶ୍ର,ପ୍ରବୀଣ ଦାସ ଓ ଦିଲ୍ଲୀପ ପ୍ରଧାନ ଆମ୍ପୟାର, ଶୁଭେନ୍ଦୁ ଶେଖର ସାହୁ ,ବନମାଳୀ ଗୌନ୍ତିଆ ସ୍କୋରର, ରିମନ ସାହୁ ଅନଲାଇନ ସ୍କୋରିଙ୍ଗ ଏବଂ ମାନସ ନନ୍ଦ,ନିହାର ରଞ୍ଜନ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।

